ବେଆଇନ ଗୋରୁ ଚାଲାଣ ବେଳେ ୨ଟି କଣ୍ଟେନର ଅଟକ

Published By : Prameya-News7 Bureau | December 11, 2019 IST

ଆନନ୍ଦପୁର ୧୧।୧୨:  ଆନନ୍ଦପୁର ଥାନା ଫକିରପୁର ସାପ୍ତାହିକ ହାଟରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ହାଟ ନିକଟରୁ ୨ଟି କଣ୍ଟେନରକୁ ଜବତ କରିଛି ପୋଲିସ । କେଉଁ ପରିସ୍ଥିତିରେ ଏଭଳି ଗୋଚାଲାଣ ହେଉଥିଲା ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

{"id":196273,"sizeSlug":"large"}

ସେପଟେ କିନ୍ତୁ ନିୟମିତ ଭାବେ ଏଭଳି ଗୋଚାଲାଣ କାରବାର ଚାଲିଥିବା ଅଭିଯୋଗ ହୋଇଛି । ପ୍ରଶାସନ ଓ ପୋଲିସର ଜାଣନ୍ତରେ ସିଧାସଳଖ ଏଭଳି ବେଆଇନ କାମ ହେଉଥିବା ବେଳେ ପ୍ରଶାସନର ନୀରବତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜବତ ଦୁଇଟି କଣ୍ଟେନରରେ ଥିବା ଗୋରୁମାନଙ୍କୁ ନୀଳଗିରି ଗୋଶାଳାରେ ନେଇ ଛାଡିବାକୁ ଗୋସୁରକ୍ଷା ମଞ୍ଚ ତରଫରୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.