ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଲାଇନ୍ଚ୍ୟୁ‌ତ ; ଲେଭଲକ୍ରସିଂରେ ଟ୍ରକ୍ ସହ ଧକ୍କା ହେଲା ଟ୍ରେନ୍, ଟ୍ରକ୍ ଡ୍ରାଇଭର ମୃତ

Published By : Prameya-News7 Bureau | October 18, 2018 IST

ଝାବୁଆ ୧୮|୧୦: ତ୍ରିବେନ୍ଦ୍ରମ୍ ରୁ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହୋଇଛି । ମଧ୍ୟପ୍ରଦେଶ ରତଲାମ ଗୋଧ୍ରା ଷ୍ଟେସନ ମଝିରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ଜଗୁଆଳୀ ଥିବା ଲେଭଲକ୍ରସିଂରେ ଟ୍ରକ ସହ ଧକ୍କା ହେବା ଫଳରେ ଟ୍ରେନ୍ ର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ଧକ୍କା ହୋଇଥିବା ଟ୍ରକର ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ୨ଟି ବଗି ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଟ୍ରେନ୍ ରେ ଥିବା କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ବଗିକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବଗିକୁ ଦୁର୍ଘଟଣାସ୍ଥଳରେ ଛାଡି ଟ୍ରେନ୍ ସ୍ବାଭାବିକ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.