ଗଜପତି ମୋହନରେ ନଦୀରେ ଗାଧୋଇବାବେଳେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ
8/11/2018 at 12:36 PM

ଗଜପତି ୮|୧୧: ନଦୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ଗଜପତି ଜିଲ୍ଲା ମୋହନା ହରଭଙ୍ଗି ନଦୀରେ ଗାଧୋଇବା ବେଳେ ବୁଡିଯାଇ ଉଭୟଙ୍କ ମୃତ୍ୟୁ ହୋଇଛି । କଟାମା ଗାଁର ମରିୟମ ସୁନାସିଂ ମୋହନାରେ ଥିବା ତାଙ୍କ ସଂପର୍କିୟ ଘରକୁ ଆସିଥିଲେ । ଆଜି ସକାଳେ ଗାଁ ନିକଟ ନଦୀକୁ ଝିଅ ସୌମ୍ୟା ଓ ପୁଅ ବିଷ୍ଣୁକୁ ନେଇ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଇବା ବେଳେ କୌଣସି କାରଣ ବଶତଃ ଗୋଡ ଖସିଯିବାରୁ ପ୍ରଥମେ ଝିଅ ସୌମ୍ୟା ପାଣିରେ ବୁଡି ଯାଇଥିଲେ । ତାଙ୍କୁ ମାଆ ଉଦ୍ଧାର କରିବାବେଳେ ପୁଅ ବିଷ୍ଣୁ ମଧ୍ୟ ନଦୀରେ ବୁଡି ଯାଇଥିଲଲେ । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଗ୍ରାମବାସୀ ନଦୀରୁ ପୁଅ ଝିଅକୁ ଉଦ୍ଧାର କରି ମୋହନା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023