ଯାଜପୁର ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ବୁଡିଯାଇ ୨ ନାବାଳକ ମୃତ
22/10/2018 at 2:14 PM

ଯାଜପୁର ୨୨|୧୦: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିଛି । ଗାଧୋଇବା ବେଳେ ବୁଡିଯାଇ ଦୁଇ ନାବଳକ ମୃତ । ମୃତକ ହେଲେ ଯାଜପୁର ସାହୁପଡା ଗାଁର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ ରାଜୀବ ବାରିକ ଏବଂ କାର୍ତ୍ତିକ ବାରିକଙ୍କ ପୁଅ ରାହୁଲ ବାରିକ । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଉଭୟଙ୍କ ବୟସ ୧୦ରୁ ୧୨ ବର୍ଷ ହେବ । ଆଜି ସକାଳେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । କୌଣସି କାରଣ ବଶତଃ ନଦୀରେ ସେମାନେ ବୁଡିଯାଇଥିଲେ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023