ଜଗତସିଂହପୁରରେ ପୋଖରୀରେ ବୁଡି ୨ ଶିଶୁ ମୃତ

Published By : Prameya-News7 Bureau | September 12, 2018 IST

ଜଗତସିଂହପୁର ୧୨|୯: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସିଙ୍ଗିରି ଗାଁ ପେ।ଖାରୀରେ ବୁଡି ୨ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁର ସାହାଡା ସିଙ୍ଗିରି ଗାଁର ଓମ୍ ବିଶ୍ବାଳ ଓ ଆର୍ଯ୍ୟ ସୁମନ । ଏହି ଦୁଇ ଶିଶୁ ସିଙ୍ଗିରି ସ୍କୁଲରେ ୪ର୍ଥ ଓ ୫ମ ଶ୍ରେଣୀରେ ପଢୁଥିଲେ । ଆଜି ସ୍କୁଲ ଯିବା ପୂର୍ବରୁ ଏମାନେ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀମାନେ ସେମାସଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.