ରାଜଧାନୀରୁ କୁଖ୍ୟାତ ଚେନ୍ ଲୁଟେରା ଗିରଫ: ଜବତ ହେଲା ବାଇକ୍, ସୁନା ଚେନ୍
4/06/2023 at 10:42 PM

ଭୁବନେଶ୍ବର, ୦୪/୦୬: ରାଜଧାନୀରୁ ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କ ଠାରୁ ୬ଟି ସୁନା ଚେନ୍, କାନ ଫୁଲ, ମୋବାଇଲ ଓ ବାଇକ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ୍ । ଏମାନଙ୍କ ନାଁରେ ଆଗରୁ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ଏମାନେ ସକାଳେ ଏବଂ ସନ୍ଧ୍ୟାବେଳେ ଲୁଟ୍ କରୁଥିଲେ।

ଆହୁରି ପଢ଼ନ୍ତୁ: ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ; ମାରିବା ପରେ ନିଜେ ନେଇ ଯାଇଥିଲା ହସ୍ପିଟାଲ
ପୋଲିସ୍ର ସୂଚନା ଅନୁଯାୟୀ, ଏମାନେ ମୁଖ୍ୟତଃ ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ। ଏମାନେ ପୋଲିସ୍ ପାଇଁ ମୋଷ୍ଟ୍ ୱାଣ୍ଟେଡ ରହିଥିଲେ। ତେବେ ଏହି ଦୁଇ କୁଖ୍ୟାତ ଲୁଟେରାଙ୍କୁ ଧରିବା ପାଇଁ ଖଣ୍ଡଗିରି ଥାନା ପୋଲିସ୍ ଟିମ୍, ବିଶେଷ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଅଞ୍ଚାଲରୁ ଧରିବାରେ ସକ୍ଷମ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦିନ ଦ୍ବିପ୍ରହରରେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ତାଲା ଭାଙ୍ଗି ଚୋରି, ସିସିଟିଭି କଏଦ ଘଟଣାର ଦୃଶ୍ୟ
