ଫୁର୍ଲିଝରଣ ଦର୍ଶନ ପାଇଁ ଯିବା ସମୟରେ ଅଘଟଣ, ପୋଲ ଭିତରକୁ ଗଳି ପଡ଼ିଲା ଦୁଇ କାର

Published By : Prameya-News7 Bureau | October 30, 2022 IST

ଧର୍ମଗଡ଼, ୩୦/୧୦: ଭବାନୀପାଟଣାରୁ ଫୁର୍ଲିଝରଣ ଦର୍ଶନ ପାଇଁ ଯିବା ସମୟରେ ଅଘଟଣ l ପୋଲ ଦବି ଯିବାରୁ ଦୁଇଟି କାର ପୋଲ ଭିତରେ ପଡି ଯାଇଥିବା ସୂଚନା ମିଳିଛି । ଭବାନୀପାଟଣା ଅନ୍ତର୍ଗତ ରାଜ୍ୟ ରାଜପଥର ୪୪ ନମ୍ବର ଭାଗିରଥି ପାର୍କ ପାଖରେ ପୋଲ ଦବି ଯିବାରୁ ଏହି ଦୁଇଟି କାର ପୋଲ ଭିତରେ ପଡି ଯାଇଛି । କାର ଭିତରେ ଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ସମସ୍ତେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.