୨ କାର୍‌ ମୁହାଁ ମୁହିଁ ଧକ୍କା; ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 03, 2022 IST

ସାଲେପୁର ୦୩/୧୦: କାର ସହିତ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ସାଲେପୁର କୁଆଁପାଳ ରାସ୍ତା ରାଇସୁଙ୍ଗୁଡା ପୋଷ୍ଟା ଅଫିସ୍‌ ପାଖରେ ଏହି ଦୁର୍ଘଟଣୀ ହୋଇଛି। ଗୋଟିଏ ଇଣ୍ଡିକା କାର ମାହାଙ୍ଗା ଆଡୁ ସାଲେପୁର  ଆଡ଼କୁ ଯାଉଥିଲାl ଅନ୍ୟପଟେ ଫୋର୍ଡ କମ୍ପାନୀର ଆଉ ଏକ କାର ସାଲେପୁର ଆଡୁ ମାହାଙ୍ଗା ଆଡ଼କୁ ଯାଉଥିଲା। ଏହି ସମୟରେ ରାଇସୁଙ୍ଗୁଡ଼ା ପୋଷ୍ଟା ଅଫିସ୍‌ ପାଖରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିଲେl ଏଥିରେ ଇଣ୍ଡିକା କାରରେ ଥିବା ଦୁଇବ୍ୟକ୍ତିଙ୍କ ମୁଣ୍ଡଫାଟି ଅଧିକ ରକ୍ତସ୍ରାବା ହେବାରୁ ଗୁରୁତ ହୋଇଥିଲେ। ସାମେନଙ୍କୁ ଆମ୍ବୁଲାନ୍ସରେ ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛିl ଅନ୍ୟ କାର୍‌ରେ ଥିବା ବ୍ୟକ୍ତି ବାଙ୍କୀ ପଡାପଡାର ବିଡ଼ିଓ ବୋଲି ଜଣାପଡ଼ିଛି। ଏଥିରେ ତାଙ୍କର କୌଣସି କ୍ଷତି ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.