ଆଜି ଶେଷ ଦିନରେ ଜଗତସିଂହପୁରରେ ବିଜେଡି ଓ କଂଗ୍ରେସରୁ ବାକି ଥିବା ଜଣେ ଲେଖାଏଁ ପ୍ରାର୍ଥୀ ଦାଖଲ କରିବେ ନାମାଙ୍କନ

Published By : Prameya-News7 Bureau | April 09, 2019 IST

ଜଗତସିଂହପୁର ୯|୪ : ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ନିମନ୍ତେ ବିଭିନ୍ନ ଦଳରୁ ୧୨ ଜଣ  ହେବିୱେଟ୍ ପ୍ରାର୍ଥୀ ସୋମବାର ନାମାଙ୍କନ ଦାଖଲ କରିଥିଲେ ।  ଆଜି ଶେଷ ଦିନରେ ବିଜେଡି ଓ କଂଗ୍ରେସରୁ ବାକି  ଥିବା ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ । ସେମାନେ ହେଲେ ଜଗତସିଂହପୁର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ତିର୍ତ୍ତୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକ ।

ଗତକାଲି ବାଲିକୁଦା-ଏରସମା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଦାମୋଦର ରାଉତ ପ୍ରାର୍ଥୀପତ୍ର ଦାଖଲ କରି ଥିବା ବେଳେ ତିର୍ତ୍ତୋଲ ଆସନରୁ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ, ଜଗତସିଂହପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ବାଳ, ପାରାଦୀପରୁ କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ, ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ, ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ, ବାଲିକୁଦା-ଏରସମାରୁ କଂଗ୍ରେସ ପ୍ରାର୍ଥୀ ଲଲାଟେନ୍ଦୁ ମହାପାତ୍ର, ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ, କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରତିମା ମଲିକ ପ୍ରମୁଖ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହାଛଡା ଅନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ବି ନାମାଙ୍କନ ଦାଖଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.