ବୋଲେରୋ ସହିତ ୨୩ କିଲୋ ଗଞ୍ଜେଇ ଜବତ; ୨ ଚୋରା ଚାଲାଣକାରୀ ଗିରଫ

Published By : Prameya-News7 Bureau | August 16, 2022 IST

ଫୁଲବାଣୀ ୧୬/୦୮: କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ପାଖରେ ଗୋଟିଏ ବୋଲେରରୁ ଫିରିଙ୍ଗିଆ ପୋଲିସ ୨୩ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗଞ୍ଜେଇ ବ୍ୟବସାୟରେ ବ୍ୟବହୃତ ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି। ଜବତ ହୋଇଥିବା ବୋଲେରୋ ଗାଡ଼ି ନମ୍ବର ଓଡି-୦୨ଵିକ୍ୟୁ-୪୬୯୦ ବୋଲି ପୋଲିସ କହିଛିl

ବିଶେଷ ସୂତ୍ରରୁ ଖବର ପାଇ ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ବନ୍ଧଗଡ଼ ଛକରେ ଚଢ଼ଉ କରିଥିଲା। ଗିରଫ ୨ ଗଞ୍ଜେଇ ମାଫିଆଙ୍କ ପରିଚୟ ପ୍ରଫୁଲ ପ୍ରଧାନ ଓ ଧର୍ମେନ୍ଦ୍ର ପାଣ୍ଡବ ବୋଲି ଜଣାପଡିଛି l ପ୍ରଫୁଲ୍ଲ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ବାସିନ୍ଦା। ଗିରଫ  ହୋଇଥିବା ଅଭିଯୁକ୍ତମାନେ ଅତ୍ୟଧିକ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ବୋଲି ପୋଲିସକୁ ଖବର ମିଳିଥିଲା। ଏ ସମ୍ପର୍କରେ ପୋଲିସ ଅଭିଯୋଗ ନମ୍ୱର ୧୨୦/୨୨ ମୂଳେ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ପି. ଶ୍ୟାମ ସୁନ୍ଦର ରାଓ କହିଛନ୍ତି। ଥାନାଧିକାରୀଙ୍କ କାର୍ଯ୍ୟ ଦକ୍ଷତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.