ସୁରଟ ଫେରନ୍ତା ଆଉ ୨ଟି ବସ୍ ଦୁର୍ଘଟଣା, ଗତକାଲି ସନ୍ଧ୍ୟାରେ କଳିଙ୍ଗା ଘାଟିରେ ଓଲଟିଥିଲା ଗୋଟିଏ ଗାଡି

Published By : Prameya-News7 Bureau | May 03, 2020 IST

ଜି. ଉଦୟଗିରି ୦୩।୦୫: ପୁଣି ଦୁଃଖଦ ଓ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟରେ କଳିଙ୍ଗା ଘାଟିରେ ସୁରଟ ପ୍ରବାସା ବସ୍‌ ଓଲଟିବାର ୨୪ଘଣ୍ଟା ନପୂରୁଣୁ ପୁଣି କଳିଙ୍ଗା ଘାଟି ସହ ନାଗପୁର-ଅମରାବତୀ ଜାତୀୟ ରାଜପଥ ନିକଟରେ ବସ୍‌ ଦୁର୍ଘଟଣ ହୋଇଛି । ଗତକାଲି ଘଟିଥିବା ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଘଟିଥିବା ଦୁଇଟି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଗତକାଲି ସୁରଟରୁ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଆଜି ପୁଣି ଥରେ କଳିଙ୍ଗା ଘାଟିରେ ଗୋଟିଏ ଯାତ୍ରୀବାସୀ ବସ୍‌ ଓଲିଟିଛି । ବସ୍‌ଟି ସୁରଟରୁ ଗଞ୍ଜାମ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍‌ରେ ଥିବା ୫ରୁ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ପ୍ରବାସୀଙ୍କୁ ନେଇ ଆସୁଥିବା ଅମ୍ବିକା ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ନଂ- GJ0-6ZZ9559 ହୋଇଥିବା ବେଳେ ବସ୍‌ରେ ମୋଟ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନାହିଁ । ସେହିପରି ପ୍ରବାସୀଙ୍କୁ ନେଇ ଆସୁଥିବା ଆଉ ଏକ ସୁରତ ଫେରନ୍ତା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଟି ନାଗପୁର ଅମରାବତୀ ଜାତୀୟ ରାଜପଥ ନିକଟରେ ହୋଇଛି । ବସ୍‌ଟି ସୁରତରୁ ପ୍ରବାସୀଙ୍କୁ ନେଇ ଗଞ୍ଜାମ ଫେରୁଥିଲା । ଏହି ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ 5 ଜଣ ଗୁରୁତର ଭାବେ ଆହତ ହୋଇଥିବାର ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.