ଚଣ୍ଡିଖୋଲ ୨୧।୭: ନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ କୋଠଡିହ ଗ୍ରାମରେ । ମୃତକ ଦୁଇ ଜଣ ଗାଁର ହାଫିକ ଅବଦୁଲଙ୍କ ଦୁଇ ପୁଅ ସାହିଲ ଓ ସାହିଦ । ସେମାନଙ୍କ ବୟସ ଯଥାକ୍ରମେ ୧୦ ଓ ୧୧ ବର୍ଷ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ସମୟରେ ଘର ବାହାରକୁ ଖେଳିବାକୁ ଯାଇଥିଲେ । ପ୍ରବଳ ବର୍ଷା ହେବାରୁ ଦୁଇ ଭାଇ ବଳମ୍ବିତ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରେ ଦୁଇ ଭାଇଙ୍କୁ ପାଇ ନଥିଲେ । ପରେ ସ୍ଥାନୀୟ ବ୍ରହ୍ମଣୀ ନଦୀରୁ ଉଭୟଙ୍କ ପିନ୍ଧିଥିବା ଡ୍ରେସ ଓ ଚପଲ ପଡିଥିବାରୁ ସ୍ଥାନୀୟ ଲୋକେ ନଦୀରେ ଖୋଜା ଖୋଜି କରିଥିଲେ । ପରେ ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି ପରେ ଦୁଇ ଭାଇଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଥିଲା । ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । କେଉଁଭଳି ଭାବେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି ସେ ନେଇ ଧର୍ମଶାଳା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।