କଟକ ବଡ଼ ଡାକ୍ତରଖାନାରୁ ୨ ଦଲାଲ୍‌ ଗିରଫ

Published By : Prameya-News7 Bureau | August 11, 2022 IST

କଟକ ୧୦/୦୯:  ଶ୍ରୀରାମ ଚନ୍ଦ୍ର ଭଞ୍ଜ ଡାକ୍ତରଖାନାରୁ ୨ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଜଣେ ଦଲାଲ ରକ୍ତ ଭଣ୍ଡାରରୁ ରକ୍ତ ଯୋଗାଇଦେବା ନାଁରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ୧,୨୦୦ ଟଙ୍କା ନେଇଥିଲା। ଅନ୍ୟ ଜଣେ ଦଲାଲ ଜନୈକ ବ୍ୟକ୍ତିଙ୍କୁ ଏକ ଠିକା ସଂସ୍ଥାରେ ଚାକିରି ଦେବାର ପ୍ରତିଶୃତି ଦେଇ ଟଙ୍କା ନେଉଥିଲେ। ଧରାପଡ଼ିଥିବା ଦୁଇ ଦଲାଲଙ୍କ ପରିଚୟ ସୁଶାନ୍ତ ଚୌଧୁରୀ ଓ ସୂର୍ଯ୍ୟନାରାୟଣ ସାହୁ। ଶୁସାନ୍ତ ଡାକ୍ତରଖାନାରେ ସିକ୍ୟୁରିଟ ସୁପରଭାଇଜର ରୁପେ କାର୍ଯ୍ଯ କରୁଥିବା ବେଳେ ମଞ୍ଜୁଶ୍ରୀ  ଠିକା ସଂସ୍ଥାରେ ମ୍ୟାନେଜର ଭାବେ କାର୍ଯ୍ଯ କରନ୍ତି।

ଖବରଅନୁସାରେ, ବାଲେଶ୍ବରରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ରକ୍ତ ଆବଶ୍ୟକ ପଡିବାରୁ ସେ ଶୁସାନ୍ତଙ୍କୁ କହିଥିଲେ। ସେ ରକ୍ତ ଦେବା ପାଇଁ ୧,୨୦୦ ଟଙ୍କା ଲାଞ୍ଚ ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଶୁସାନ୍ତଙ୍କୁ ଗିରଫ କରିଛି। ସେହି ଭଳି ସୂର୍ଯ୍ୟନାରାୟଣ ମଞ୍ଜୁଶ୍ରୀ ଠିକା ସଂସ୍ଥାରେ ଚାକିରି କରାଇ ଦେବ କହି ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ସେବେ ଠାରୁ ସୂର୍ଯ୍ୟନାରାୟଣ ଫେରାର ଥିବାବେଳେ ଗୁରୁହବାର ସୂର୍ଯ୍ୟନାରାୟଣଙ୍କୁ ଗିରଫ କରାଯାଇଛି। ତେବେ ଶୁସାନ୍ତ ଓ ସୂର୍ଯ୍ୟନାରାୟଣ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଭୟଙ୍କୁ ପୋଲିସ ଆଜି ଅଦାଲତ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.