ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ୨‌ ଯୁବକଙ୍କ ଜୀବନ

Published By : Prameya-News7 Bureau | December 22, 2020 IST

ଜୟପୁର ୨୨।୧୨: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ୬୩ ନମ୍ବର ଜାତୀୟ ରାଜପଥ କସାଗୁଡା ନିକଟରେ ବାଇକକୁ ଧକ୍କା ଦେଲା ହାଇଓ୍ବା । ଘଟଣାସ୍ଥଳରେ ବାଇକରେ ଥିବା ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି । ଧକ୍କା ଦେଇଥିବା ହାଇଓ୍ବା ଡ୍ରାଇଭର ଗାଡି ସହ ବୋରିଗୁମ୍ମା ଥାନାରେ ଆତ୍ମସମର୍ପଣ କରିଛି ।

ସୂଚନାଯୋଗ୍ୟ ଯେ, ଦୁଇ ଜଣ ଯୁବକ ଏକ ବାଇକ୍ ଯୋଗେ ବୋରିଗୁମ୍ମାରୁ କୋଟପାଡ଼ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ବା ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ଜୀବନ ଚାଲିଯାଇଛି । ମୃତ ଯୁବକଙ୍କ ମଧ୍ୟରେ ଜଣେ ସସାହାଣ୍ଡି ଗ୍ରାମର ଅଲେଖ ରାମ ପନକା ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ମୃତକ ମକପୁଟ ଗ୍ରାମର କୃପା କର ସମରଥର ବୋଲି ଜଣାପଡ଼ିଥିଛି । ମୃତକଙ୍କ ପରିବାର ସଦସ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକେ । ବୋରିଗୁମ୍ମା ପୋଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ଅଧିକ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.