ଚଣ୍ଡିଖୋଲ ୧୫।୧୦: ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଜାତୀୟ ରାଜପଥରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ବୁଲୁ ସିଂ ଏବଂ ଭୁବନେଶ୍ୱର ସାଲିଆ ସାହି ଅଞ୍ଚଳର ରବୀନ୍ଦ୍ର ସିଂ । ଦୁହେଁ ଏକ ବାଇକରେ ଭୁବନେଶ୍ୱରରୁ ମୟୁରଭଞ୍ଜ ଅଭିମୁଖେ ଆସୁଥିବା ସମୟରେ ରଥିଆ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ପଛ ପଟେ ପିଟି ହୋଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଛି । ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଡାକ୍ତରଖାନାକୁ ଅଣାଯାଇଛି । ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
You Can Read: