ଦୁଇ ବାଇକ୍‌ ଲୁଟେରା ଗିରଫ; ୫ଟି ବାଇକ୍‌ ଜବତ

Published By : Prameya-News7 Bureau | January 04, 2023 IST

ଜଟଣୀ ୦୪/୦୨: ଦୁଇ କୁକ୍ଷାତ ବାଇକ୍‌ ଲୁଟେରାଙ୍କୁ ପୋଲିସ ଗିରଫ କଲା ପୋଲିସ। ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ୫ଟି ମୋଟର ସାଇକେଲ୍‌, ୨ଟି ସ୍ମାର୍ଟ ଫୋନ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ନକୁଳ ବିଶ୍ୱାଳ ଓ ଟୁନା ଖାଁ। ସେମାନେ ଜଟଣୀ ଥାନା ତିରିମଳଓ ବେଣାପଞ୍ଜରୀ ଅଞ୍ଚଳର ବାସିନ୍ଦା। ଏହି ଦୁଇ ଅପରାଧିଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡ଼ିଛି । ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ।

ଖବର ଅନୁସାରେ, ଏହି ୨ ଅପରାଧି ଗତ ନଭେମ୍ବର ୧୪ରେ ସିମାଞ୍ଚଳ ରେଡ୍ଡୀ ନାମକ ବ୍ୟକ୍ତି ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରୁ ତାଙ୍କ ଘରକୁ ଯାଉଥିଲେ। ସେହି ସମୟରେ ଗୋଟିଏ ପଲ୍ସରର୍‌ରେ ସେମାନେ ଆସି ତାଙ୍କ ମୋବାଇଲ ଫୋନ ଛିନ୍‌ତାଇ କରି ଫାରର୍ ହୋଇଯାଇଥିଲେ। ଏନେଇ ଜଟଣୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲାl ଗତକାଲି ବା ମଙ୍ଗଳବାର ଏକ ନମ୍ବର ପ୍ଲେଟ୍‌ ନଥିବା ବାଇକ୍‌ରେ ଯାଉଥିବା ୨ ଯୁବକଙ୍କୁ ସନ୍ଦେହରେ ଅଟକାଇ ପଚରାଉଚୁରା କରିଥିଲା। ପରେ ସେମାନେ ଅଭିଯୁକ୍ତ ଚୋର ବୋଲି ପୋଲିସ ଜାଣିବାକୁ ପାଇଥିଲାl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.