ଧରାପଡିଲେ ୩ ବାଇକ୍ ଚୋର, ୨ଟି ଚୋରା ବାଇକ୍ ଉଦ୍ଧାର
23/08/2022 at 1:34 PM

ବଡବିଲ ୨୩।୮: ବଡ଼ବିଲ ପୋଲିସ ହାତରେ ଧରାପଡିଲେ ବାଇକ୍ ଚୋର । ୩ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ୍ ଉଦ୍ଧାର କରିଛି ବଡବିଲ ପୋଲିସ । ଗିରଫ ୩ ଜଣ ହେଲେ ଭଞ୍ଜ କଲୋନୀର ଓମ୍ ମହାକୁଡ଼, ପ୍ରଦୀପ ମହାନ୍ତ ଓ ଆଶିଷ କୁଲୁ ।

ପିଏଚଡି, କାଳନ୍ଦୀ ସାହିରୁ ଗୋଟିଏ ଏବଂ କାରାଖେଣ୍ଡରା ଅଞ୍ଚଳରୁ ଗୋଟିଏ ବାଇକ୍ ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଏହି ୩ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ୨ଟି ଚୋରା ବାଇକ୍ ଉଦ୍ଧାର କରିଛି ।
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023