୨ ବାଇକ୍ ଚୋର ଗିରଫ; ୬ଟି ମୋଟର ସାଇକେଲ୍ ଜବତ
26/12/2022 at 11:02 PM

ଜଟଣୀ ୨୬/୧୨: ଜଟଣୀ ଥାନା ଅନ୍ତର୍ଗତ ତିରିମଳ ଗାଁର ପ୍ରତାପ କୁମାର ବେହେରାଙ୍କ ବାଇକ୍ ଜଟଣୀ ଷ୍ଟେଟବ୍ୟାଙ୍କ ଆଗରୁ ଚୋରି ହୋଇଯାଇଥିଲା। ଏନେଇ ଜଟଣୀ ଥାନାରେ ସେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ଜାଗାରେ ଚଢ଼ଉକରିଥିଲା।
ପରେ ବହୁ ଛାନବିନ କରି ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଦୁଇ ଚୋରଙ୍କ ପରିଚୟ ସୁମିତ୍ ଖାନ ଓ ସେକ୍ ଜାହିଦ(ଉତ୍ତର ପ୍ରଦେଶ)। ସେମାନେ ଯଦୁପୁରର ଟାଙ୍ଗୀ ସାହି ଓ ଡୁମୁଡୁମାର ବାସିନ୍ଦା। ସେମାନଙ୍କ ଠାରୁ ୬ଟି ହିରୋହୋଣ୍ଡା ମଟରସାଇକେଲ ଜବତ କରାଯାଇଛି। ଏହାସହିତ ୨ ଅପରାଧୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023