ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଏଟିଏମ୍‌ ଲୁଟେରା, ରାଜ୍ୟ ବାହାରୁ ଧରିଲା ପୋଲିସ

Published By : Prameya-News7 Bureau | January 16, 2023 IST

ଭୁବନେଶ୍ବର ୧୬।୦୧ : ସ୍ପେଶାଲ ସ୍କ୍ୱାର୍ଡ ପଞ୍ଝାରେ ଏଟିଏମ୍‌ ଲୁଟେରା । ଦୁଇ ଜଣ ଏଟିଏମ୍‌ ଲୁଟେରାଙ୍କୁ ରାଜ୍ୟ ବାହାରୁ ଗିରଫ କଲା କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଜବତ କରିଛି ପୋଲିସ ।

ଖବର ଅନୁଯାୟୀ, ଏଟିଏମ୍‌ ଭିତରେ ପଶି ଚତୁରତାର ସହ ଲୋକଙ୍କ କାର୍ଡ ବଦଳାଇ ଦେଉଥିଲେ । ଯାହାଫଳରେ ଏଟିଏମ୍‌ କାର୍ଡ ଜରିଆରେ ଆକାଉଣ୍ଟ ଖାଲି ଦେଉଥିଲେ । ପରେ ଏହି ଲୁଟ୍‌ ଟଙ୍କାରେ ସୁନା ଗହଣା କିଣୁଥିଲେ । କମିଶନରେଟ୍‌ ପୋଲିସ ଦୀର୍ଘ ଦିନ ହେବ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ଆଉ ଏବେ ରାଜ୍ୟ ବାହାରୁ ଦୁଇ ଜଣ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.