୧୩ ଦିନରେ ସେନାର ପ୍ରତିଶୋଧ, ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ଘଟଣାରେ ୨ ଆତଙ୍କୀ ନିହତ

Published By : Prameya-News7 Bureau | June 15, 2022 IST

ଶ୍ରୀନଗର ୧୫।୦୬ : ପ୍ରତିଶୋଧ ନେଲା ସେନାବାହିନୀ । ଜମ୍ମ-କାଶ୍ମୀରରେ ଦିନ ଦ୍ୱିପହରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଆତଙ୍କୀକୁ ନିହତ କରିଛି ସେନା । ଏହାସହିତ ମୋଟ ୨ଜଣ ଆତଙ୍କୀଙ୍କୁ ସଫା କରିଛି ଭାରତୀୟ ସେନା । ମୃତ ୨ ଆତଙ୍କୀ ଲସ୍କର-ଇ-ତୋଇବା ସଂଗଠନ ସହିତ ଜଡିତ ଥିବା ସୂଚନା ମିଳିଛି । ମୃତକ ଆତଙ୍କୀର ନାମ ଜାନ୍‌ ମହମ୍ମଦ ବୋଲି ସୂଚନା ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଏବେ ବି ଅସ୍ପଷ୍ଟ ରହିଛି ।

wp:html /wp:html

ଖବର ଅନୁଯାୟୀ, ରାଜସ୍ଥାନ ହନୁମାନଗଡ଼ର ବିଜୟ କୁମାର କୁଲଗାମ୍‌ର ମୋହନପୁରା ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ତଳେ ଆତଙ୍କୀମାନେ ବ୍ୟାଙ୍କରେ ପ୍ରବେଶ କରି ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଥିଲେ । ଯାହାର ଏବେ ପ୍ରତିଶୋଧ ନେଇଛି ସେନା ।

ସେନାକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ , ଷ୍ଟେଟ ବ୍ୟାଙ୍କରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସଂପୃକ୍ତ ଥିବା ଆତଙ୍କୀ ସୋପିଆନ୍‌ର ଏକ ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି । ସେନା ଏହି ସୂଚନା ପାଇବା ମାତ୍ର ପୁରା ଅଞ୍ଚଳକୁ ଘେରିଯାଇଥିଲା । ଆଉ ଆତଙ୍କୀମାନଙ୍କୁ ସରେଣ୍ଡର କରିବାକୁ କହିଥିଲେ । କିନ୍ତୁ ଆତଙ୍କୀମାନ ପାଲଟା ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲା ଭାରତୀୟ ସେନା ।

ତେବେ କିଛି ସମୟ ଧରି ସେନା ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ ଚାଲୁରହିଥିଲେ । ଶେଷରେ ସେନା ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି । ନିହତ ହୋଇଥିବା ୨ ଆତଙ୍କୀ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା ଘଟଣାରେ ସାମିଲ ଥିଲା । ଅନ୍ୟ ଜଣଙ୍କ ପରିଚୟ ଏବେ ଯାଏଁ ମିଳିପାରିନାହିଁ । ଏବେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.