ହେଲମେଟ୍ ଚେକିଂ ବେଳେ ଟ୍ରାଫିକ୍ ପୋଲିସକୁ ମାଡ ଘଟଣା : ୨ ଯୁବକ ଗିରଫ
15/03/2023 at 4:27 PM

ଭୁବନେଶ୍ବର ୧୫।୩: ଟ୍ରାଫିକ୍ ପୋଲିସକୁ ମାଡ ମାରିବା ଅଭିଯୋଗରେ ୨ ଜଣ ଗିରଫ । ଗତ ୧୨ ତାରିଖରେ ରସୁଲଗଡ ସ୍ଥିତ ଏସପ୍ଲାନେଡ୍ ସପିଂ ମଲ୍ ସମ୍ମୁଖରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଅଟକାଇବା ବେଳେ ଦିଲ୍ଲୀପ କୁମାର ମହାରଣା ନାମକ ଜଣେ ଟ୍ରାଫିକ କନଷ୍ଟେବଳଙ୍କୁ ମାଡ ମାରିଥିଲେ ୩ ଜଣ ଯୁବକ l

ଘଟଣା ଦିନ ହେଲମେଟ୍ ନପିନ୍ଧି ବହୁତ ସ୍ପିଡରେ ଆସିଥିବାରୁ ଅଟକାଇଥିଲା ପୋଲିସ l ପରେ ପୋଲିସ ସହ ପାଟିତୁଣ୍ଡ କରି ପୋଲିସକୁ ମାଡ ମାରି ଫେରାର ହୋଇଯାଇଥିଲେ ତିନି ଯୁବକ l ତିନି ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିଲେ l ଗିରଫ ଦୁଇ ଜଣ ଯୁବକ ହେଲେ ଭଞ୍ଜନଗର ମୋଜଗଡର ଗୌରବ ଦିଗଲ ଓ ବାଣପୁରର ଉମାକାନ୍ତ ନାୟକ l ଗାଡିକୁ ମଧ୍ୟ ଜବତ କରିଛି ପୋଲିସ l ସମସ୍ତ ଅଭିଯୁକ୍ତ ଭୁବନେଶ୍ୱରରେ ସେଲୁନ ଦୋକାନରେ କାମ କରୁଥିଲେ l ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ଥିବା ପୋଲିସମାନଙ୍କୁ ଜନସାଧାରଣ ସହଯୋଗ କରିବା ପାଇଁ ଏସିପି ସଂଜୀବ କୁମାର ଶତପଥୀ କହିଛିନ୍ତି l