ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ଗିରଫ ହେଲେ ଭାଉଜ ଓ ତାଙ୍କ ଭଉଣୀ

Published By : Prameya-News7 Bureau | December 13, 2019 IST

ରାଇରଙ୍ଗପୁର ୧୩।୧୨: ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ଆଉ ଦୁଇ ଜଣ ଗିରଫ । ସେମାନେ ହେଲେ ମୃତ ଅଧ୍ୟାପିକାଙ୍କ ଭାଉଜ ମିନମୟୀ ସାହୁ ଏବଂ ସେହି ଭାଉଜଙ୍କ ଭଉଣୀ ଶୈଳବାଳା ସାହୁ । ସେମାନଙ୍କୁ କେନ୍ଦୁଝରରୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ଥାନା ପୋଲିସ । ଘଟଣାରେ ଏପର୍ଯ୍ୟନ୍ତ ଗିରଫଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

{"id":197148,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ମହାବିଦ୍ୟାଳୟର ଫିଜିକ୍ସ ଅଧ୍ୟାପିକା କଲେଜ ପରିସରରେ ଥିବା ଛାତ୍ରୀ ନିବାସରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ମୃତ ଅଧ୍ୟାପିକାଙ୍କ ଘର ଝାରପୋଖରିଆ ଥାନା ପାନ୍ଧଡା ଅଂଚଳରେ । ଅକ୍ଟୋବର ୨୭ ତାରିଖରେ କେନ୍ଦୁଝରରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଅସଦାଚରଣ କରିଥିବାର ସେ ଝାରପୋଖରିଆ ଥାନାରେ ଏକ ଏତଲା ଦେଇଥିଲେ। ତେବେ ପୋଲିସ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତକୁ ଖସାଇବାକୁ ଉଦ୍ୟମ କରିଥିଲା, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

{"id":197149,"sizeSlug":"large"}

ଅଧ୍ୟାପିକା ଆତ୍ମହତ୍ୟା କରିବାର କିଛି ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ଜଣଙ୍କ ମୃତ ଅଧ୍ୟାପିକାଙ୍କ ଭାଉଜଙ୍କ ସଂପର୍କୀୟ ବୋଲି କୁହାଯାଉଥିଲା । ଅଧ୍ୟାପିକାଙ୍କ ସୁଇସାଇଡ୍ ନୋଟ୍ ଏବଂ ଗିରଫ ଅନ୍ୟ ଅଭିଯୁକ୍ତଙ୍କ ସଂପର୍କରେ ଛାନଭିନ୍ କରି ଏବେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାଟି ବେଶ୍ ଆଲୋଡନ ସୃଷ୍ଟି କରିଥିବା ବେଳେ ପୂର୍ବରୁ ଦାୟିତ୍ବରେ ଅବହେଳା ପାଇଁ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା ଏବଂ ଏଏସଆଇ ପ୍ରଶାନ୍ତ ସ୍ବାଇଁକୁ ନିଲମ୍ବିତ କରିଥିଲେ ମୟୁରଭଂଜ ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.