ନିଶାସକ୍ତ ଅବସ୍ଥାରେ ସାଙ୍ଗକୁ ହାଣିଲେ ସାଙ୍ଗ, ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 31, 2022 IST

ଭୁବନେଶ୍ବର ୩୧।୮: ନିଶାସକ୍ତ ଅବସ୍ଥାରେ ସାଙ୍ଗକୁ ହାଣିଲା ସାଙ୍ଗ । ଭୁବନେଶ୍ବର ବାଣୀବିହାର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ସୌମ୍ୟ କୁଣ୍ଡ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ସାଙ୍ଗମାନେ ମିଶି ନିଶା ଖାଇଥିଲେ । ନିଶାସକ୍ତ ଅବସ୍ଥାରେ କୌଣସି କଥାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସୌମ୍ୟ କୁଣ୍ଡଙ୍କୁ ଅନ୍ୟମାନେ ମିଶି ହାଣିଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ସୌମ୍ୟ କୁଣ୍ଡଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.