ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଖଲଣା ଗାଁରେ ଗୁଳିକରି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ଗିରଫ

25/08/2022 at 4:04 PM

ଆନନ୍ଦପୁର ୨୫।୮: ପୂର୍ବ ବିବାଦକୁ କେନ୍ଦ୍ରକରି ଗତ ଜୁଲାଇ ୧୪ ତାରିଖରେ ଗୁଳିମାଡ କରି ଗାଁର ସୁନନ୍ଦ ସେଠୀଙ୍କୁ ହତ୍ଯା ଘଟଣାରେ ପେଲିସ ମୁଖ୍ଯ ଅଭିଯୁକ୍ତ ଓ ତାର ଭାଇକୁ ଗିରଫ କରିଛି । ମୁଖ୍ଯ ଅଭିଯୁକ୍ତ ଅକ୍ଷୟ ଘୋଷ ଓ ତାର ଭାଇ ଗିରିଧାରି ଘୋଷକୁ ଗତ ରାତିରେ କେନ୍ଦୁଝର ଜିଲ୍ଲା ସାହାରପଡା ଅଞ୍ଚଳରୁ ଗିରଫ କରାଯାଇଥିବା ପୋଲିସ କହିଛି । ଏହି ଘଟଣାରେ ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣ ଗିରଫ ହୋଇଥିବା ବେଳେ ମୋଟ ୧୨ ଜଣଙ୍କ ନାମରେ ଅଭିଯୋଗ ରହିଛି । ତେବେ ଗିରଫ ହୋଇନଥିବା ଅନ୍ଯ ୫ ଜଣଙ୍କ ବିରୋଧରେ ତଦନ୍ତ ଚାଲିଥିବା ଆନନ୍ଦପୁର  ଏସଜିପିଓ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୪ ତାରିଖ ସନ୍ଧ୍ଯା ସମୟରେ ସୁନନ୍ଦ ଓ ତାର ଦୁଇ ସହଯୋଗୀ ହାଟରୁ ବାଇକ୍ ରେ ଘରକୁ ଫେରୁଥିବା ସମୟରେ ଖଲଣା ଗାଁ ସ୍କୁଲ ନିକଟରେ ଅକ୍ଷୟ ଘୋଷ ଓ ତାର ସହଯୋଗୀମାନେ ଜଗି ରହି ଅତର୍କିତ ଆକ୍ରମଣ କରିବା ସହ ସୁନନ୍ଦଙ୍କୁ ଗୁଳିମାଡ କରିଥିଲେ । ଏଥିରେ ସୁନନ୍ଦର ମୃତ୍ଯୁ ଘଟିଥିବା ବେଳେ ଅନ୍ଯ ୨ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ତେବେ ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଉଭୟଙ୍କ ମଧ୍ଯରେ ବିବାଦ ଲାଗି ରହିଥିଲା ।

   Related Posts