oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଫେକ୍ ଆଇଡିରୁ ପ୍ରେମ, ଯୁବତୀଙ୍କୁ ୬ ମାସ ଧରି ଗଣଦୁଷ୍କର୍ମ : ୨ ଅଭିଯୁକ୍ତ ଗିରଫ

11/06/2021 at 12:13 PM

ରାମପୁର ୧୧।୬: ଉତ୍ତରପ୍ରଦେଶ ରାମପୁରରେ ଫେସବୁକ୍ ଜରିଆରେ ଗୋଟିଏ ସମ୍ପ୍ରଦାୟର ଯୁବକ ନାଁ ବଦଳାଇ ଅନ୍ୟ ସମ୍ପ୍ରଦାୟର ଝିଅକୁ ତାଙ୍କ ପ୍ରେମ ଜାଲରେ ଫଶାଇ ଥିଲେ । ପରେ ସେ ଏବଂ ତାଙ୍କର ୨ ଜଣ ସାଙ୍ଗ ଯୁବତୀଙ୍କୁ ଅନେକ ଥର ଦୁଷ୍କର୍ମ ମଧ୍ୟ କରିଛନ୍ତି । ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଦେଇଛି ।

କୁଶୀନଗରର ଜଣେ ଯୁବତୀଙ୍କ ପକ୍ଷରୁ ସ୍ବାର ଥାନାରେ ମାମଲା ରୁଜୁ କରାଯାଇଥିଲା । ଅନ୍ୟ ସଂପ୍ରଦାୟର ଜଣେ ଯୁବକ ଫେକ୍ ନାଁରେ ଫେସବୁକ୍ ଆଇଡି କରି ଯୁବତୀଙ୍କୁ ଫସାଇ ୬ ମାସ ଧରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗ ମଧ୍ୟ ଏହି ମାମଲାରେ ସାମିଲ ଥିଲେ । ଏହି ମାମଲାରେ ପୋଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା । ଏହାପରେ ପୋଲିସ ଏହି ମାମଲାରେ ସଫଳତା ହାସଲ କରି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି ।

ଅତିରିକ୍ତ ପୋଲିସ ଅଧୀକ୍ଷକ ସଂସାର ସିଂଙ୍କ ଅନୁଯାୟୀ, ଫେସବୁକ ଜରିଆରେ ମହମ୍ମଦ ଆୟାନଙ୍କ ଦ୍ବାରା ରାହୁଲ ନାଁ ଆଇଡି କରି ବନ୍ଧୁତା କରିବା, ବିବାହ ପ୍ରସ୍ତାବ ଦେବା, ଶାରିରୀକ ଶୋଷଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଦୁଇ ଜଣ ଅଭିଯୁକ୍ତଙ୍କୁ ସ୍ବାର ପୋଲିସ ଦ୍ବାରା ଗିରଫ କରାଯାଇଥିଲା । ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଛି ।

   Related Posts