suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଲକ୍ଷ ଲକ୍ଷ ଟଙ୍କା ନେଇ ଦେଇଥିଲେ ରେଳବାଇର ନକଲି ନିଯୁକ୍ତିପତ୍ର, ଦୁଇ ଠକଙ୍କୁ ବାନ୍ଧିଲା ପୋଲିସ

24/08/2022 at 10:02 AM

ଭଦ୍ରକ ୨୪।୮: ଚାକିରୀ କରାଇ ଦେବାକୁ କହି ଟଙ୍କା ନେଲେ, ପରେ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ମଧ୍ୟ ଦେଲେ । କିନ୍ତୁ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ନେଇଥିବା ଆଶାୟୀ ଚାକିରୀରେ ଯୋଗ ଦେବାକୁ ଯାଇ ଜାଣିଲେ ସେ ଏହି କାଗଜ ପତ୍ର ନକଲି । ପୁଣି ଟଙ୍କା ଫେରାଇବାକୁ କହିବାରୁ ଦିନ ପରେ ଦିନ ଗାଡି ଚାଲିଲା । ଶେଷରେ ଥାନାର ଦ୍ବାରସ୍ଥ ହେବାରୁ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ । ଦୁଇ ଅଭିଯୁକ୍ତ ରେଳବାଇର ଅବସରପ୍ରାପ୍ତ କର୍ମଚାରୀ କହି ଚାକିରୀ କରାଇଦେବା ପାଇଁ ଯୁବକଙ୍କ ନିକଟରୁ ଟଙ୍କା ନେଇଥିଲେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୋଡ଼କ ଅଞ୍ଚଳର ଜ୍ୟୋତିରଞ୍ଜନ ବେହେରାଙ୍କର ବୋଡ଼କ ଅଞ୍ଚଳର ବିଶ୍ବଜିତ ମାଝୀ ଓ ଟାଟା ନଗର ଅଞ୍ଚଳର ବିଶ୍ବଜିତ ପାନଙ୍କ ସହ ଯୋଗାଯୋଗ ହୋଇଥିଲା । ସେମାନେ ରେଳବାଇରେ ଚାକିରୀ କରାଇ ଦେବାକୁ କହି ପ୍ରଥମେ ୨ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ପରେ ଅନ୍ୟମାନଙ୍କ ନିକଟରୁ ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା ନେଇ ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦେଇଥିଲେ । କିନ୍ତୁ ସେ ସବୁ ନକଲି ବୋଲି ଜଣାପଡିଥିଲା । ତେବେ ଦୁଇ ଅଭିଯୁକ୍ତ ଟଙ୍କା ନ ଫେରାଇବାରୁ ଅଭିଯୋଗ କ୍ରମେ ପୋଲିସ ଦୁହିଁକୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ଏମିତି ଭାବେ ଅନେକ ଅଞ୍ଚଳରୁ ଠକେଇ କରିଥିବା ସୂଚନା ମିଳିଛି ।

   Related Posts