scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସମ୍ବଲପୁର ଭାଗଚାଷୀ ଆତ୍ମହତ୍ୟା ମାମଲା : ଦୁଇ ଜମି ମାଲିକଙ୍କ ପତ୍ନୀ ଗିରଫ

6/08/2022 at 11:13 AM

ସମ୍ବଲପୁର ୬।: ସମ୍ବଲପୁର ଶେରଷୁଆଁତଲରେ ଭାଗଚାଷୀ ଆତ୍ମହତ୍ୟା ମାମଲାରେ ପୋଲିସର ଆକ୍ସନ । ଗିରଫ ହେଲେ ଦୁଇ ଜମି ମାଲିକଙ୍କ ପତ୍ନୀ । ଗିରଫ ଦୁଇ ଯାଆ ହେଲେ ପ୍ରଶାନ୍ତ ପ୍ରଧାନଙ୍କ ପତ୍ନୀ ଯାମିନୀ ପ୍ରଧାନ ଓ ପଦ୍ମନାଭ ପ୍ରଧାନଙ୍କ ପତ୍ନୀ ରେଣୁପମା ପ୍ରଧାନ । ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପ୍ରଶାନ୍ତ ଓ ପଦ୍ମନାଭ ଫେରାର ଥିବାବେଳେ ଶାସନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଭି. ଗୋପାଳକୃଷ୍ଣ, ପ୍ରଶାନ୍ତ ଓ ପଦ୍ମନାଭଙ୍କ ଜମିରେ ଭାଗ ଚାଷୀ ଭାବେ ଚାଷ କରୁଥିଲେ । ଧାନ ବିକ୍ରି ପଇସା ମଧ୍ୟ ଜମି ମାଲିକ ପାଖକୁ ଯାଉଥିଲା । ହେଲେ ପ୍ରଶାନ୍ତ ଅଳ୍ପ ପଇସା ଦେଇ ବାକି ପରେ ନେବା ପାଇଁ କହି ଫେରାଇ ଦେଉଥିଲା । ଦୀର୍ଘ ବର୍ଷ ପରେ ଏହି ପଇସା ୬ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିଥିଲା । ଭାଗଚାଷୀ ଭି. ଗୋପାଳକୃଷ୍ଣ ପଇସା ମାଗିବାକୁ ଯାଇଥିବା ବେଳେ ଗିରଫ ଦୁଇ ଯାଆ ଗାଳିଗୁଲଜ କରି ଫେରାଇ ଦେଇଥିଲେ । ତେବେ ବାରମ୍ବାର ମାଗିବା ପରେ ମଧ୍ୟ ପଇସା ନଦେବାରୁ ଭି. ଗୋପାଳକୃଷ୍ଣ ଅଗଷ୍ଟ ୨ ତାରିଖରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ ।

   Related Posts