AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ମହଙ୍ଗା ପଡିଲା ଥାନା ଭିତରେ ପୋଲିସକୁ ମାଡ : ଗିରଫ ହେଲେ ସଫ୍ଟୱେୟାର ଇଞ୍ଜିନିୟର ଓ ଠିକାଦାର

20/08/2022 at 12:19 PM

ଭୁବନେଶ୍ବର ୨୦।୮: ମହଙ୍ଗା ପଡ଼ିଲା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା । ଭୁବନେଶ୍ବର ଇନଫୋସିଟି ଥାନା ଡିସିଓ ଦାୟିତ୍ଵରେ ଥିବା ଜଣେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି ଟିସିଏସର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଓ ଜଣେ ଠିକାଦାର ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଇନଫୋସିଟି ଥାନା ଅନ୍ତର୍ଗତ ନନ୍ଦନବିହାର ସମ୍ମୁଖରେ ଏକ କାର୍ ବ୍ୟାକ୍ କରିବା ବେଳେ ପଛପଟୁ ଆସୁଥିବା ଏକ ହାଇଓ୍ବା ସହ ଧକ୍କା ହୋଇଥିଲା । କାର୍‌ରେ ଥିବା ଦୁଇ ଜଣ ହାଇଓ୍ବା ଚାଳକଙ୍କୁ ନିର୍ଧୁମ ପିଟିଥିଲେ । ହାଇଓ୍ବା ଚାଳକ ଜଣଙ୍କ ପିସିଆରକୁ ଫୋନ୍ କରି ସମସ୍ତ ଘଟଣା କହିଥିଲେ । ପରେ ଘଟଣାସ୍ଥଳରେ ପିସିଆର ପହଞ୍ଚି କାର୍ ଚାଳକ ଏବଂ ତାଙ୍କ ସହଯୋଗୀଙ୍କୁ ଇନଫୋସିଟି ଥାନାକୁ ନେଇଥିଲେ । ଥାନାରେ ପହଞ୍ଚିବା ପରେ ଡ଼ିସିଓ ଦାୟିତ୍ବରେ ଥିବା ଏଏସଆଇ ଅଜୟ ଲେଙ୍କା ଘଟଣା ସମ୍ପର୍କରେ ପଚାରିବାରୁ ଦୁଇ ଜଣ ହଠାତ ତାଙ୍କୁ ଗାଳି ଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ବିଧା ଗୋଇଠାରେ ପୋଲିସ ବାବୁଙ୍କ ମୁହଁ ଏବଂ କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏମିତିକି ପାଖରେ ଥିବା ପୋଲିସ କର୍ମୀମାନେ ମଧ୍ୟ ଅଟକାଇ ପାରିନଥିଲେ । ପରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି ।

   Related Posts