ସ୍କୁଟିଲେ ଚାଲାଣ ବେଳେ ୨୧ କେଜି ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ

Published By : Prameya-News7 Bureau | August 26, 2023 IST

ଆଠଗଡ ୨୬।୮: ଅବକାରୀ ଟିମ୍ ପଞ୍ଝାରେ ଦୁଇ ଗଞ୍ଜେଇ ବେପାରୀ । ୨୧ କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ ସହ ସ୍କୁଟି ଜବତ ।

ସୂଚନାଯୋଗ୍ୟ ଯେ, ଅବକାରୀ ବିଭାଗର କଟକ ମୋବାଇଲ୍ ସ୍କ୍ୱାଡ୍ ହାତରେ ଧରାପଡିଲେ ଦୁଇ ଜଣ ଗଞ୍ଜେଇ ବେପାରୀ । ତାଙ୍କ ନିକଟରୁ ୨୧ କେଜି ୫ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଜବତ ଗଞଜେଇର ମୂଲ୍ୟ ୨.୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ଏକ ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନେ କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ଲକ୍ଷ୍ମଣ ନାୟକ ଓ ପ୍ରକାଶ କୁମାର ବେହେରା ।

ଜବତ ଗଞ୍ଜେଇ ତିଗିରିଆରୁ ସାଲେପୁର ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଥାନା ଅନ୍ତର୍ଗତ ପାଟେଣିଗାଁ ପେଟ୍ରୋଲ ଟାଙ୍କି ନିକଟରେ ମାଡ଼ିବସିଥିଲା ଅବକାରୀ ମୋବାଇଲ୍ ସ୍କ୍ୱାଡ୍ । ଏ ନେଇ ଅବକାରୀ ଇନ୍ସପେକ୍ଟର ସଞ୍ଜିତ ବରାଳ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/miscreants-looted-from-house-in-narsinghpur-of-cuttack-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-looted-from-house-in-narsinghpur-of-cuttack-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.