EOW ପଞ୍ଝାରେ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୁଇ ଗିରଫ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ବର ୧୫।୪: ଅର୍ଥନୈତିକ ଅପରାଧ ଶାଖା ହାତରେ ଦୁଇ କୁଖ୍ୟାତ କ୍ରିପ୍ଟୋ ଠକ । ୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଦୁଇ ଜଣଙ୍କ ମଧ୍ୟରେ ଜଣେ ରାଜସ୍ଥାନରୁ ଏବଂ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ଗିରଫ ହୋଇଛନ୍ତି । ରାଜସ୍ଥାନ ଅନୂପଗଡରୁ ବେଦ ପ୍ରକାଶ ଏବଂ ଅନ୍ୟ ଜଣେ ସୁନ୍ଦରଗଡ଼ରୁ ସୁଧୀର ପଟେଲ । 

ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଅନେକ ଲୋକଙ୍କୁ ବିଭିନ୍ନ ଆକର୍ଷଣୀୟ ଅଫର ଦେବା ସହିତ ଡବଲ ଟଙ୍କା ଆୟର ଲୋଭ ଦେଖାଇ ଲୁଟିଥିବା ଜଣାପଡିଛି । କ୍ରିପ୍ଟୋ ବାହାନାରେ ପୁଞ୍ଜି କରିବାକୁ କହି କୋଟି କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ହୋଇଛି । ପରେ ଜଣେ ଅଭିଯୁକ୍ତ ବେଦ ପ୍ରକାଶ ଏବଂ ଅନ୍ୟ ଜଣଙ୍କୁ ସୁନ୍ଦରଗଡ଼ରୁ ଗିରଫ କରାଯାଇଛି । ବେଦ ପ୍ରକାଶଙ୍କୁ ରାଜସ୍ଥାନରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଇଛି । ଏନେଇ ଅଧିକ ତଦନ୍ତ ଚାଲିଛି । 

You Can Read :

ଜୟପୁର ଆସନ ପାଇଁ ଚାଲିଛି ଛକାପଞ୍ଝା, ଶଙ୍ଖ ଭବନରେ ପହଞ୍ଚିଲେ ରବି ନନ୍ଦ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.