୧୫୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ, ଦୁଇ ଗିରଫ
10/02/2020 at 11:31 AM

ବାଲିପାଟଣା ୧୦।୨: ପୁଣି ଧଳା ଜହର ଜବତ । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଡ୍ରଗ୍ ଟାସ୍କ ଫୋର୍ସ ଚଢାଉ କରି ୧୫୫ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଳେଶ୍ଵର ଥାନା ରାଜପୁରବସ୍ତିର ଦୁଇ ବେପାରୀ ସେଖ୍ ମହିଦୁଲ୍ ଏବଂ ସେଖ୍ ଅଜବାହାର ।

କୌଣସି ସୂତ୍ରରୁ ଖବର ପାଇ ରବିବାର ସଂଧ୍ୟା ସମୟରେ ବାଲିଅନ୍ତା ଥାନା ନଖରା ୧୬ନମ୍ବର ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଅଚାନକ ଚଢାଉ କରିଥିଲା ଡ୍ରଗ୍ ଟାସ୍କ ଫୋର୍ସ । ଦୁଇ ଜଣଙ୍କ ନିକଟରୁ ୧୫୫ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ଓ ତିନୋଟି ମୋବାଇଲ୍ ଫୋନକୁ ମଧ୍ୟ ଜବତ କରାଯାଇଛି । ତେବେ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ତାର ଅଧିକ ତଦନ୍ତ ଜାରି ରହିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023