ରାଜଧାନୀରୁ ଜବତ ହେଲା ଧଳା ଜହର, ଦୁଇ ବେପାରୀ ଗିରଫ
5/02/2020 at 3:36 PM

ଭୁବନେଶ୍ବର ୫।୨: ରାଜଧାନୀରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର । ଖଣ୍ଡଗିରିରେ କୁମ୍ଭ ମେଳା ଆରମ୍ଭ ହୋଇଥିବା ବେଳେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ଚଢାଉ କରିଛି । ଖଣ୍ଡଗିରି ଅଞ୍ଚଳରେ ରେଡ୍ କରି ୧୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଥିବାବେଳେ ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଗଡ ଖୋର୍ଦ୍ଧା ଅଞ୍ଚଳର କାଳି ପ୍ରସାଦ ରାଉତ ଓ ଜଟଣୀ ଲୋକ କଲୋନୀର ବିଜୟ ନାୟକ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ସେପଟେ ଅନ୍ୟ ଏକ ସ୍ଥାନରୁ ପୁଣି ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ । କାର୍ ଚାଳକ ସହ ଜଣେ ବେପାରୀକୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ବାଲେଶ୍ବରରୁ ବ୍ରାଉନସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ।