scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ମାଡିବସିଲା ଏସ୍‌ଟିଏଫ୍‌

20/11/2023 at 9:12 AM

ଭୁବନେଶ୍ୱର ୨୦।୧୧ : ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌ । ୧୦ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଗ୍ରାହକ ସାଜି ମାଡିବସିଲା ଏସ୍‌ଟିଏଫ୍‌ । ଦୁଇ ବାଘ ଛାଲ ବେପାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ।

ଖବର ଅନୁଯାୟୀ, ୧୦ ଲକ୍ଷରେ ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌ । କୌଣସି ସୁତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ । ପ୍ଲାନ୍‌ ମୁତାବିକ ଗ୍ରାହକ ସାଜି କରୁଥିଲା ଡିଲ୍‌ । ଆଉ ଏହି ଡିଲ୍‌ ବେଳେ ଦୁଇ ଜଣ ବାଘ ଛାଲ୍‌ ବେପାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ନୟାଗଡ଼ ଦଶପଲ୍ଲାରୁ ଉଭୟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ତେବେ ବାଘକୁ କେଉଁ ଜଙ୍ଗଲରୁ ମରାଯାଇଛି । ସେନେଇ ଖୋଳତାଡ଼ ଚାଲିଛି ।

   Related Posts