oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା, ୧୫ ମୃତ

14/10/2020 at 10:37 AM

କାବୁଲ ୧୪।୧୦: ଭୟାନକ ବିମାନ ଦୁର୍ଘଟଣା । ମଙ୍ଗଳବାର ଦିନ ଆଫଗାନିସ୍ତାନରେ ବାୟୁସେନାର ୨ଟି ହେଲିକପ୍ଟର ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ହେଲିକପ୍ଟର ଯୋଗେ କମାଣ୍ଡୋମାନଙ୍କୁ ଗୋଟିଏ ସ୍ଥାନରେ ଛାଡି , ସେଠାରୁ କିଛି ଆହତ ସୈନମାନଙ୍କୁ ନେଇଯାଉଥିଲେ । କିନ୍ତୁ ଆଫଗାନିସ୍ତାନର ଦକ୍ଷିଣ ହେଲମନ୍ଦର ନବା ଜିଲ୍ଲାରେ ଦୁର୍ଘଟଣା ଘଟିଛି । ସୈନ୍ୟ ନେଇ ଯାଉଥିବା ବେଳେ ୨ଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ଯାହାଫଳରେ କି ଏକ ବଡ଼ଧରଣ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି ।

ସେହିପରି କିଛି ସୈନିକ ଆହତ ହୋଇଥିବା ମଧ୍ୟ ଖବର ରହିଛି । କିନ୍ତୁ କେତେ ଜଣ ଆହତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ତରଫରୁ ଦୁର୍ଘଟଣା ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ସ୍ଥାନୀୟ ଅଧିକାରୀ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି । କିନ୍ତୁ ଦୁର୍ଘଟଣା ନେଇ କୌଣସି ଭାବେ ବିସ୍ତୃତ ତଥ୍ୟ ଦେଇନାହାନ୍ତି ।

   Related Posts