କୁକୁଡା ଫାର୍ମରେ ୨୨ ଦିନ ଧରି ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ଦୁଇ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 15, 2020 IST

କଟକ ୧୫।୧୦: କଟକରେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ କଟକ ଡିସିପି ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ପୋଲିସ କମିଶନର ସାଧୁବାଦ ଜଣାଇଛନ୍ତି । ଶୀଘ୍ର ଘଟଣାର ତଦନ୍ତ କରି ଅଭିଯୋଗ ପତ୍ର ଦାଖଲ କରାଯିବା ସହ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ପୋଲିସ କମିଶନର ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

wp:html /wp:html wp:html /wp:html

ସୂଚନା ଅନୁସାରେ କଟକ ଗତିରାଉତପାଟଣାରେ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ୫୫ନମ୍ବର ଜାତୀୟ ରାଜପଥ କଡରେ ଥିବା କୁକୁଡା ଫାର୍ମରେ ନାବାଳିକାଙ୍କୁ ୨୨ଦିନ ଧରି ନଜରବନ୍ଦୀ କରି ରଖାଯାଇଥିଲା । ଚିକେନ୍ ସେଣ୍ଟର ପଛପଟ କେନାଲ ବନ୍ଧରେ ଥିବା ଛୋଟ ଚାଳିଆରେ ନାବାଳିକାଙ୍କୁ ରଖାଯାଉଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ।

ସେଠାରେ ଅନେକ ଆପତ୍ତିଜନକ ଜିନିଷ ପଡିଥିବା ଦେଖିବାକୁ ମିଳିଥିଲା । କେବଳ ସମ୍ପୃକ୍ତ ନାବାଳିକା ନୁହେଁ ଏଠାରେ ଅନେକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଯାଉଥିବା ସ୍ଥାନୀୟ ଲୋକ କହିଥିଲେ । ତେବେ ଆଉ ଏକ ସାଂଘାତିକ କଥା ହେଲା ଯାବତୀୟ ବେଆଇନ କାମର ଆଡ୍ଡା ପାଲଟିଥିବା ଏହି ଚିକେନ ସେଣ୍ଟରର ଘର ଓ କେନାଲ ବନ୍ଧର ଚାଳିଆ ସରକାରୀ ଯାଗାରେ ହିଁ ଠିଆ ହୋଇଛି । ଏବେ ସ୍ଥାନୀୟ ଲୋକ ଏପରି ବେଆଇନ ଧନ୍ଦାର ଆଡ୍ଡା ଉପରେ ତୁରନ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି ।

ଅନ୍ୟପଟେ ପୀଡିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ଏହାଛଡା ନାବାଳିକାଙ୍କ ଡ୍ରେସ ଓ ସେ ବ୍ୟବହାର କରୁଥିବା କିଛି ଜିନିଷର ଫୋରେନସିକ୍ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଯାଇଛି । ପ୍ରାଥମିକ ତଦନ୍ତରୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଘଟଣା ସ୍ପଷ୍ଟ ବୋଲି ଥାନା ଅଧିକାରୀ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.