ପିଉସାଙ୍କୁ ବନ୍ଧୁକ ଧରି ଧମକାଇଲା ପୁତୁରା; ୨ ଅଭିଯୁକ୍ତ ଅଟକ
10/03/2023 at 11:34 PM

ସୋରୋ ୧୦/୦୩: ବନ୍ଧୁକ ଦେଖାଇ ପିଉସାଙ୍କୁ ଧମକାଇଲା ପୁତୁରା। ଏହି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଏହା ସହିତ ଅଭିଯୁକ୍ତ ଠାରୁ ପୋଲିସ ବନ୍ଧୁକ ଓ ଶାବଳ ଜବତ କରିଛି।

ଖବର ଅନୁସାରେ, ସୋର ମ୍ୟୁନିସିପାଲିଟି ଅଧୀନରେ ଥିବା ହାଡମହଲାରେ ନସରରୋଲ୍ଲାକୁ(ଭିଣେଇ) ଆଜାରୁଦିନ ନାମକ ବ୍ୟକ୍ତି ବନ୍ଧୁକ ଦେଖାଇ ଧମକାଉଥିଲେ। ଏହି ସମୟରେ ଆଜାରୁଦ୍ଦିନକୁ ଗାଁ ଲୋକମାନେ କାବୁ କରି ବନ୍ଧୁକ ସହ ପୋଲିସର ଜିମା ଦେଇଥିଲେ। ଆଜାରୁଦ୍ଦିନ ଓ ତାର ନାବାଳକ ପୁଅକୁ ପୋଲିସ ଏବେ ଅଟକ ରଖି ଅଧିକ ପଚରାଉଚୁରା ଚଳାଇଛି।
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023