ସାଇକେଲ୍ ଓ ହୁଣ୍ଡି ଚୋରି କରି ୨ ଯୁବକ ଅଟକ
21/12/2022 at 4:38 PM

ସୋର ୨୧/୧୨: ଅଭିନବ ଉପାୟରେ ହୁଣ୍ଡି ଓ ସାଇକେଲ ଚୋରିl ୨ ଯୁବକ ଅଟକ l ଅଟକ ଯୁବକଙ୍କ ପରିଚୟ ବଳିଆ ଓ ନବ। କିଛିଦିନ ହେଲା ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟ ସାଇକେଲ ଷ୍ଟାଣ୍ଡରୁ ସାଇକେଲ ଓ ପାଖରେ ଥିବା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ହେଉଥିଲା। ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଅଭିଯୁକ୍ତ ଅଭିନବ ଉପାୟରେ ଚୋରି କରୁଥିବା ସିସି କ୍ୟାମେରାରେ ଦେଖିବାକୁ ମିଳିଥିଲାl
ଅଭିଯୁକ୍ତ ବଳିଆ ପାଟିରୁ ଚୁଇଂଗମ ବାହାର କରି ଏକ ସରୁ କାଠି ହୁଣ୍ଡି କଣାରେ ପୁରାଇ ଟଙ୍କା ନୋଟ କାଢ଼ିବା ଓ ସାଇକେଲ ନେଇ ଦ୍ରୁତ ଗତିରେ ପଳାଉଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। କଲେଜ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଅଭିଯୁକ୍ତଙ୍କ ପରିଚୟ ବଳିଆ ଓ ସେ ମାଟିଆପହ୍ଲା ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଥିଲାl କଲେଜ ଛାତ୍ରମାନେ ବୁଧବାର ବଳିଆ ଓ ତା ସହଯୋଗୀ ନବକୁ କଲେଜ ଛକରୁ ଧରିଥିଲେl ପରେ ୨ ଅଭିଯୁକ୍ତଙ୍କୁ ଛାତ୍ରମାନେ ସୋର ପୋଲିସକୁ ହସ୍ତାନ୍ତର କରିଛନ୍ତି।