ବିଧାୟକ ପରିଚୟ ଦେଇ ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 10, 2023 IST

କଟକ ୧୦।୫: ନିଜକୁ ବିଧାୟକ ପରିଚୟ ଦେଇ ଦାମୀ ଗାଡ଼ିରେ କରୁଥିଲେ ଗଞ୍ଜେଇ ଚାଲାଣ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍ ୨ । ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ । ଅବକାରୀ ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା କି ଏକ ହୋଣ୍ଡାସିଟି କାର୍ ଯୋଗେ ଗଞ୍ଜେଇ ଚାଲାଣ ହେଉଛି ।

{"id":784397,"width":740,"height":560,"sizeSlug":"full","linkDestination":"none"}

ଏହାପରେ ବୁଧବାର ସକାଳ ୬ଟା ସମୟରେ ସିଏଚ୍୦୧ଏଏକ୍ସ ୬୯୯୦ ହୋଣ୍ଡା ସିଟି କାର୍ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା ଓ କାରର ଯାଞ୍ଚ କରାଯାଇଥିଲା । ଏହି ସମୟରେ କାର୍‌ରେ ବସିଥିବା ତାବ୍ରେଜ୍ ନାମକ ଜଣଙ୍କ ବ୍ୟକ୍ତି ନିଜକୁ ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ପରିଚୟ ଦେଇ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲା । ଏହାପରେ କାର୍‌କୁ ଯେତେବେଳେ ଯାଞ୍ଚ କରାଯାଇଥିଲା ସେତେବେଳେ ସିକ୍ରେଟ ଚ୍ୟାମ୍ବର ଭିତରୁ ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଗାଡ଼ିରେ ଥିବା ଦୁଇ ଜଣ ଅମଜାଦ ଓ ତାବ୍ରେଜକୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି । ଏମାନେ ଆନ୍ଧ୍ର ପ୍ରଦେଶରୁ ଉତ୍ତର ପ୍ରଦେଶ ଗଞ୍ଜେଇ ନେଇ ଯାଉଥିବା ସହ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଡିଏସପି କହିଛନ୍ତି । ସେହିଭଳି ପ୍ରଥମ ଥର ଚାଲାଣ କରୁଥିବା କଥା ସ୍ବୀକାର କରିଛନ୍ତି ଚାଲାଣକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.