ଫାଇନାନ୍ସ କମ୍ପାନୀରୁ ଅର୍ଥ ହେରଫେର ମାମଲା, ଆଉ ଦୁଇ ଅଭିଯୁକ୍ତ ଗିରଫ
7/05/2020 at 12:50 PM

ବ୍ରହ୍ମପୁର ୭।୫ : ଫାଇନାନ୍ସ କମ୍ପାନୀରୁ ଟଙ୍କା ହେରଫେର ଘଟଣାରେ ଆଉ ଦୁଇ ଜଣ ଗିରଫ । ରମ୍ଭା ପୋଲିସ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ଗିରଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହାର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଭୁଲ୍ ଜନ୍ମ ତାରିଖ ପ୍ରମାଣ ପତ୍ର ଦାଖଲ କରି ଟଙ୍କା ହେରଫେର୍ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ରମ୍ଭା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଘଟଣାରେ ସଂପୃକ୍ତ ଦୁଇ ଅଭିଯୁଙ୍କଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି । ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ଏବେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ସୁକାନ୍ତ ଦାସ ଓ ତୋଫାନ ନାହାକ । ଏହି ଘଟଣାରେ ଗିରଫ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।
Related Posts
ଗାଁରେ ବୁଲୁଛି ଦନ୍ତା, ଭୟରେ ଗାଁଲୋକେ
6 February 2023
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023