ଢେଙ୍କାନାଳ ୫।୩: ଚର୍ଚ୍ଚିତ ଢେଙ୍କାନାଳ ନାବାଳିକା କଲେଜ ଛାତ୍ରୀ ହତ୍ୟା ଘଟଣାର ୪ ଦିନ ପରେ ଅତି ରହସ୍ୟ ଜନକ ଭାବେ ହତ୍ୟା ରହସ୍ୟ ପଦାକୁ ଆଣିଛି ଢେଙ୍କାନାଳ ପୋଲିସ । ଢେଙ୍କାନାଳ ଏସପିଙ୍କ ପକ୍ଷରୁ ଏକ ପ୍ରେସମିଟରେ ଏହି ହତ୍ୟାକାଣ୍ଡର କାହାଣୀ ବଖାଣିଛନ୍ତି ଏସପି ମଡକର ସନ୍ଦୀପ ସମ୍ପଦ । ମୃତ ଛାତ୍ରୀର ପରିବାର ସହିତ ବଡ ବାପାଙ୍କ ପରିବାରର ଜାଗା ବାଡ଼ି ବିବାଦ ରହିଥିଲା । ଏଥିପାଇଁ ପ୍ରତିଶୋଧ ପରାୟଣ ହୋଇ ମୃତ ଛାତ୍ରୀଙ୍କ ବଡ ବାପା ପୁଅ ଭାଇ ନାରାୟଣ ସାହୁ ଓ ତାର ଜଣେ ସାଥି ତାଙ୍କ ଗ୍ରାମର ବିଜୟ ବେହେରା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ମୃତ ଛାତ୍ରୀଙ୍କ ବାପା ବିରୋଧ କରିବାରୁ ଗିରଫ ବିଜୟ ବେହେରା ଏକ ଇନ୍ଦିରା ଆବାସ ଘର ପାଇବାରୁ ବଞ୍ଚିତ ଯୋଗୁଁ ବିଜୟ ସହ ମୃତ ଛାତ୍ରୀଙ୍କ ବାପାଙ୍କ ସହିତ ଶତ୍ରୁତା ରହିଥିଲା । ଫଳରେ ବିଜୟ ବେହେରା ଓ ଛାତ୍ରୀଙ୍କ ଭାଇ ନାରାୟଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ।
{"id":917411,"sizeSlug":"full","linkDestination":"none"}
ଘଟଣା ଦିନ ବିଜୟ ଛାତ୍ରୀଙ୍କୁ ତାର ବାଇକ୍ ଯୋଗେ ବସାଇ ଆଣି ତାଙ୍କୁ ଘଟଣାସ୍ଥଳରେ ଅତି ବୀଭତ୍ସ ଭାବେ ପଥରେ ଛେଚି ଛେଚି ହତ୍ୟା କରିଥିଲେ । ଉଭୟଙ୍କ ରକ୍ତଲଗା ପୋଷାକ ପରେ ପୋଲିସର ହସ୍ତଗତ ହୋଇଛି ବୋଲି ଏସପି ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ମୁତାବକ ସିସିଟିଭି ଫୁଟେଜ ଓ କେତେକ ତଥ୍ୟ ଆଧାରରେ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହାର ଦୁଇଟି ରକ୍ତ ଲାଗ ପଥର ଓ ବାଇକ ଜବତ କରିଛି ପୋଲିସ । ମାତ୍ର ଏହାକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି ଖୋଦ ହତ୍ୟାକାଣ୍ଡର ଅଭିଯୋଗକାରୀ ଅର୍ଥାତ ମୃତ ଛାତ୍ରୀର ବାପା ଓ ତାଙ୍କ ବଡ଼ ଭାଇ ଅର୍ଥାତ ହତ୍ୟାକାଣ୍ଡରେ ଗିରଫ ନାରାୟଣର ବାପା ।
{"id":917413,"sizeSlug":"full","linkDestination":"none"}
ପୋଲିସ ତାଙ୍କ ଝିଅ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟକୁ ଲୁଚାଇ ପ୍ରକୃତ ହତ୍ୟାକାରୀମାନଙ୍କୁ ଖସାଇବାକୁ ଯାଇ ତାଙ୍କ ପୁତୁରାକୁ ଫସାଇଛି ବୋଲି ପାଲଟା ଅଭିଯୋଗ ଉଠାଇଛନ୍ତି । ଆମ୍ଭ ପରିବାରରେ ସେପରି କିଛି ଜମି ଜମା ବିବାଦ ନାହିଁ ଓ ଆମ୍ଭେ ତିନି ଭାଇ ବହୁତ ଭଲ ସଂପର୍କ ବୋଲି କହିଛନ୍ତି । ପ୍ରକୃତ ହତ୍ୟାକାରୀକୁ ଗିରଫ କରି ଆମ୍ଭକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି । ଫଳରେ ଏହି ହତ୍ୟା ଘଟଣାରେ ପୋଲିସ ଉନ୍ମୋଚନ କରିଥିବା ହତ୍ୟା ରହସ୍ୟ ବେଶ ରହସ୍ୟମୟ ହୋଇପଡିଛି ।
{"id":917414,"sizeSlug":"full","linkDestination":"none"}
ସୂଚନାଯୋଗ୍ୟ ଯେ, ଗତ ୨୯ ତାରିଖରେ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଅଂଚଳର ଢେଙ୍କାନାଳ ମହିଳା କଲେଜର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଘରୁ କୋଚିଂ ସେଣ୍ଟରକୁ ଆସି ଆଉ ଫେରି ନଥିଲେ । ଉକ୍ତ ଦିନ ସନ୍ଧ୍ୟାରେ ପରିବାର ପକ୍ଷରୁ ଟାଉନ ଓ ସଦର ଥାନାରେ ଲିଖିତ ଭାବେ ଜଣାଇଥଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇନଥିଲା । ମାତ୍ର ତା ପରଦିନ ତାଙ୍କ ଢେଙ୍କାନାଳ ଭାପୁର ମୁଖ୍ୟ ରାସ୍ତା ପାର୍ଶ୍ୱ ଅର୍ଥାତ ତାଙ୍କ ଘର ଠାରୁ କିଛି ଦୂରରେ ତାଙ୍କ ମୃତଦେହ ମିଳିଥିଲା । କେହି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଅତି ବୀଭତ୍ସ ଭାବେ ଛେଚି ଛେଚି ହତ୍ୟା କରିଥିଲେ । ହତ୍ୟା ପରେ ମୃତଦେହକୁ ଘୋଷାରି ଘୋଷାରି ବୁଦୁ ବୁଦିଆ ଜଙ୍ଗଲକୁ ଫୋପାଡ଼ି ଦେଇଥିଲେ । ପାଖରେ ବ୍ୟବହୃତ ଓ ଏକ ସିଲ୍ ମାଡ଼ ବୋତଲ ପଡିଥିବା ଦେଖା ଯାଇଥିବାରୁ ହତ୍ୟାକାଣ୍ଡରେ ଅନ୍ୟୁନ ତିନି ଚାରି ଜଣ ଓ ଦୁଷ୍କର୍ମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା ।
You Can Read :
wp:embed {"url":"https://www.prameyanews7.com/two-students-drowned-to-death-in-village-pond-of-bhadrak-district/","type":"wp-embed","providerNameSlug":"prameya-news-7"}