ଦୁଇ ବାଇକ୍ ଲୁଟେରା ଗିରଫ, ୧୩ଟି ବାଇକ୍ ଓ ବ୍ୟାଟେରୀ ଜବତ
28/11/2020 at 4:25 PM

କଟକ ୨୮।୧୧: କଟକ ସଦର ଥାନା ପୋଲିସ ଦ୍ବାରା ଗିରଫ ୨ ବାଇକ୍ ଲୁଟେରା ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଲିଟୁ ଓରଫ ପ୍ରକାଶ ପଢିହାରୀ ଓ ଚୁଇଁ ଓରଫ ଦୟାନିଧି ନାୟକ । ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ପୋଲିସ ୧୩ଟି ବାଇକ୍ ଜବତ କରିବା ସହ ୮ଟି ବ୍ୟାଟେରୀ ଜବତ କରିଛି । ଶୁକ୍ରବାର ରାତିରେ କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ଛକ ନିକଟରେ ପୋଲିସ ଗାଡି ଚେକିଂ କରୁଥିବା ସମୟରେ ପୋଲିସକୁ ଦେଖି ଲିଟୁ ଓ ଚୁଇଁ ପଳାଇଯିବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସର ସନ୍ଦେହ ହେବାରୁ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଉଭୟ ବାଇକ ଚୋରିରେ ସଂପୃକ୍ତ ଥିବା ଜାଣିବାକୁ ପାଇଥିଲା ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023