ଅବକାରୀ କର୍ମଚାରୀଙ୍କୁ ମାଡ ଘଟଣା : ୨ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 13, 2020 IST

ଭଦ୍ରକ ୧୩।୧୦: ଅବକାରୀ କର୍ମଚାରୀଙ୍କୁ ମାଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଗିରଫ କଲା ପୁରୁଣା ବଜାର ପୋଲିସ । ସୋମବାର ମିର୍ଜାପୁର ଗାଁରେ ଚଢାଉ ବେଳେ ମଦ ଓ ଆସାମୀଙ୍କୁ ଛଡାଇ ନେଇଥିଲେ ଗ୍ରାମବାସୀ । ମଦ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ୭ ଅବକାରୀ କର୍ମଚାରୀ ।

ସୂଚନା ଅନୁଯାୟୀ, ପୁରୁଣାବଜାର ଥାନା ଅଧିନସ୍ଥ ମିର୍ଜାପୁର ଗାଁରେ ବ୍ୟାପକ ଚୋରା ମଦ ତିଆରି ଓ ବିକ୍ରି ହୋଇଥାଏ । ଅବକାରୀ ବିଭାଗ ମଧ୍ୟ ବାରମ୍ବାର ଚଢ଼ାଉ କରୁଛି । ଅବକାରୀ ବିଭାଗ କର୍ମଚାରୀମାନେ ଗାଁରେ ଚଢ଼ାଉ କରି ମଦ ଜବତ କରିବା ସହ ୨ ଜଣ ବେପାରୀଙ୍କୁ ଧରିଥିଲେ ।  ପରେ ଅନ୍ୟ ମଦ ମାଫିଆମାନେ ଏକାଠି ହୋଇ ଅବକାରୀ ଟିମ୍ ଉପରେ ଆକ୍ରମଣ କରିବା ସହ ମଦ ଓ ଆସାମୀଙ୍କୁ ଛଡ଼ାଇ ନେଇଥିଲେ । ପରେ ଢେଲା ପଥର ମାଡ଼ କରିବା ସହ ଅବକାରୀ କର୍ମଚାରୀଙ୍କୁ ଛାଡି ନଥିଲେ । ପୁରୁଣାବଜାର ପୋଲିସ ଯାଇ ସେମାନଙ୍କୁ ଉଦ୍ଧାର କରିଛି । ଅବକାରୀ ଇନ୍ସପେକ୍ଟରଙ୍କ ସହ ଅନ୍ୟ ୭ କର୍ମଚାରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.