ନକଲି ସରକାରି ନଥି ପତ୍ର ତିଆରି କରି ୨ ଗିରଫ

Published By : Prameya-News7 Bureau | October 19, 2022 IST

ବରଗଡ଼ ୧୯/୧୦: ନକଲି ସରକାରୀ ନଥି ତିଆରି କରିବା ଅଭିଯୋଗରେ ସମ୍ବଲପୁରରୁ ୨ ଯୁବକ ଗିରଫ।  ବାଇକ ଓ କମ୍ପ୍ୟୁଟର ସହିତ ନଗଦ ୮୪ ହଜାର ଟଙ୍କା ଜବତ। କମ୍ପୁଟରରେ ନକଲି ସରକାରୀ କାଗଜ ପତ୍ର ତିଆରି ଏବଂ ତାର ଅପବ୍ୟବହାର ଅଭିଯୋଗ ରେ ବରଗଡ ଜିଲ୍ଲା ଅତାବିରା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ  ପରିଚୟ ସୁଶାନ୍ତ ପ୍ରଧାନ, ସୁକାନ୍ତ ଆଚାର୍ଯ୍ୟ। ସେମାନେ ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି, ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ଓ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କେଦାରଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି ।

ପୋଲିସ ସେମାନଙ୍କ ଠାରୁ କମ୍ପ୍ୟୁଟର, ପ୍ରିଣ୍ଟର, ନକଲି ନମ୍ବର ପ୍ଲେଟ ଲାଗିଥିବା ଏକ ସିଡ଼ି ଡିଲକ୍ସ ଗାଡ଼ି,  ସହିତ ନଗଦ ୮୪ ହଜାର ୪୦୦ ଟଙ୍କା ଜବତ କରିଛି। ଏହାସହ ଅତାବିରା ପୋଲିସ ସେମାନଙ୍କଠାରୁ ନକଲି ପ୍ରମାଣ ପତ୍ର, ଜମି ପଟ୍ଟା, ବିଦ୍ୟୁତ ବିଲ, ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର, ଉତ୍ତରାଧିକାରୀ ପ୍ରମାଣ ପତ୍ର, ନକଲି ପାନକାର୍ଡ, ନକଲି ଭୋଟର ପରିଚୟ ପତ୍ର, ନକଲି ଆଧାରକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ସହିତ ଅନ୍ୟାନ ସରକାରୀ ଦଲିଲ ମଧ୍ୟ ଜବତ କରିଛି।

ଖବର ଅନୁସାରେ, ସମ୍ବଲପୁର ଧନୁପାଲିରେ ଥିବା କ୍ରିଷ୍ଣା ସୁଇଟ୍ସ ପାଖରେ ଅଭିଯୁକ୍ତ ସୁଶାନ୍ତ ପ୍ରଧାନର ଏକ ରବରଷ୍ଟାମ୍ପ ରହିଛି। ଏଠାରେ ସେ ଲୋକଙ୍କ ପାଇଁ ନକଲି ଦସ୍ତାବିଜ ପ୍ରସ୍ତୁତ କରୁଥିଲା। ଏହି କାମରେ ତାକୁ ସେହି ଅଞ୍ଚଳର ସୁକାନ୍ତ ଆଚାର୍ଯ୍ୟ ସହଯୋଗ କରୁଥିଲା। ଅତାବିରା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଅତାବିରା ପୋଲିସ ଅଭିଯୋଗ ନମ୍ବର ୩୬୦/୨୨ ମୂଳେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.