ୟୁଜର୍ସଙ୍କୁ ଝଟକା ! ଏବେ ଟ୍ବିଟରରେ ବ୍ଳୁ ଟିକ୍ ପାଇଁ ଦେବାକୁ ପଡ଼ିବ ଟଙ୍କା: କ‘ଣ ରହିଛି ମସ୍କଙ୍କ ପ୍ଳାନ୍ ?

Published By : Prameya-News7 Bureau | October 31, 2022 IST

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟରକୁ କିଣିଛନ୍ତି। ମସ୍କ ଏହାକୁ କିଣିବା ପରେ ଟ୍ବିଟରରେ ଅନେକ ପରିବର୍ତ୍ତନ କରାଯିବା ନେଇ ଆଲୋଚନା କରାଯାଉଛି। କିନ୍ତୁ କମ୍ପାନୀର ପରିବର୍ତ୍ତନରେ ଅନେକ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ, ବ୍ଲୁ ଟିକ୍ ପାଇଁ ଟ୍ବିଟର ଚାର୍ଜ କରିପାରେ। ଅର୍ଥାତ୍ ଏବେ ଗ୍ରାହକଙ୍କୁ ଏହି ସୁବିଧା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ।

ଏହାକୁ ନେଇ ଦ ଭର୍ଜ ଏକ ରିପୋର୍ଟରେ କୁହାଯାଇଛି ଯେ ବ୍ଲୁ ଟିକ୍ କେବଳ ଟ୍ବିଟର ବ୍ଲୁ ମେମ୍ବର୍ସଙ୍କୁ ଦିଆଯିବ। ଟ୍ବିଟର ବ୍ଲୁ ପାଇଁ କମ୍ପାନୀର ସବସ୍କ୍ରିପସନ ପ୍ଲାନ ନେବାକୁ ପଡ଼ିବ। ଏଥିରେ ଅନେକ ଅତିରିକ୍ତ ଫିଚର୍ସ ଦିଆାଯାଏ। ଟ୍ବିଟର ବ୍ଳୁରେ, ଏଡିଟ୍ ଟ୍ବିଟ୍ ଏବଂ ଅନଡୁ ଟ୍ବିଟ୍ ଭଳି ଫିଚର୍ସ ଦେଖିବାକୁ ମିଳିଥାଏ।

ରିପୋର୍ଟରେ କୁହାଯାଇଛି ଯେ ବ୍ଳୁ ଫି ବୃଦ୍ଧି କରି ୧୯.୯୯ ଡଲାର (ପ୍ରାୟ ୧୬୦୦ ଟଙ୍କା) ହୋଇପାରେ। ତେବେ ଯେଉଁ ଲୋକମାନଙ୍କ ଆକାଉଣ୍ଟ ପୂର୍ବରୁ ଭେରିଫାଇଡ୍‌ ଅଟେ ତାଙ୍କୁ ଟ୍ବିଟର ବ୍ଲୁ ସବସ୍କ୍ରାଇବ୍ କରିବା ପାଇଁ ୯୦ ଦିନର ସମୟ ଦିଆଯିବ। ଏହି ସମୟ ମଧ୍ୟରେ ସବସ୍କ୍ରାଇବ୍ ନକଲେ ତାଙ୍କ ନାମ ଆଗରୁ ବ୍ଲୁ ଟିକ୍ ହଟାଯିବ।

ଅବଶ୍ୟ ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ ଟ୍ବିଟର ବ୍ଲୁ ଟିକ୍ ଭେରିଫିକେସନ ନିୟମରେ ପରିବର୍ତ୍ତନ କରାଯିବ କି ନାହିଁ। ଏବେ ଟ୍ବିଟର ଡିଲକୁ ଗୋଟିଏ ସପ୍ତାହ ମଧ୍ୟ ପୂରା ହୋଇନାହିଁ ଏବଂ ମସ୍କ ଏଥିରେ ବଡ଼ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଏହା ପୂର୍ବରୁ ମସ୍କ ସିଇଓ ପରାଗ ଅଗ୍ରଓ୍ବାଲ ଏବଂ ଅନ୍ୟ ଅଧିକାରୀଙ୍କୁ କାଢ଼ିସାରିଛନ୍ତି ।

ସୂଚନାଯୋଗ୍ୟ, ଟ୍ବିଟର ବ୍ଲୁରେ ଏଡିଟ୍ ଟ୍ବିଟ୍ ଅପ୍ସନ ରହିଛି। ଏହାଦ୍ବାରା ୟୁଜର୍ସଙ୍କ ପାଖରେ ଟ୍ବିଟ୍‌କୁ ଏଡିଟ୍ କରିବାର ଅପ୍ସନ ରହିଥାଏ। ଏହି ଫିଚରକୁ ଆମେରିକା ଏବଂ ଅନ୍ୟ ଦେଶରେ ଚଳିତ ମାସର ପ୍ରାରମ୍ଭରେ ଉପଲବ୍ଧ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.