ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ସତୈନ୍ଦ୍ର ଜୈନଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ହଟିଲା ବ୍ଲୁ ଟିକ୍; ବିଜେପିର କଟାକ୍ଷ

17/02/2023 at 6:49 PM

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ହଟିଲା ବ୍ଲୁ ଟିକ୍। ଶ୍ରୀ ଜୈନ୍ ଆର୍ଥିକ ହେର୍‌ଫେର୍ ମାମଲାରେ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲ୍‌ରେ ଥିବା ବେଳେ ଟ୍ୱିଟର ତାଙ୍କ ପ୍ରୋଫାଇଲ୍‌ରୁ ବ୍ଲୁ ଟିକ୍ ହଟାଇ ଦେଇଛି।

ସତୈନ୍ଦ୍ର ଅନେକ ଦିନ ହେବ ଟ୍ୱିଟ୍ କରି ନାହାନ୍ତି। ସେ ଗିରଫ ହେବାର ଦିନକ ପୂର୍ବରୁ ଟ୍ୱିଟ୍ କରିଥିଲେ। ମେ ୨୯ ତାରିଖ ୨୦୨୨ରେ ଶେଷ ଟ୍ୱିଟ୍‌ କରି ସେ ତାଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରି ନେଇଯାଇଥିଲା।

ସତୈନ୍ଦ୍ର ଜୈନ୍‌ଙ୍କ ଟ୍ୱିଟର ପ୍ରୋଫାଇଲ୍‌ରୁ ବ୍ଲୁ ଟିକ୍ ହଟିବା ପରେ ବିଜେପି ପ୍ରବକ୍ତା ପ୍ରବୀଣ ଶଙ୍କର କପୁର ଆପ୍‌କୁ କଟାକ୍ଷ କରିଛନ୍ତି। ଶେଷରେ ଟ୍ୱିଟର ବି ଆପ୍‌ ନେତାଙ୍କ ଠାରୁ ପରିଚୟ ଛଡ଼ାଇ ନେଲା। ଅନ୍ତତ ପକ୍ଷେ ଏବେ ତ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍‌ରୁ ବହିସ୍କାର କରନ୍ତୁ ବୋଲି ପ୍ରବୀଣ ଟ୍ୱିଟ୍ କରିଛନ୍ତି।

ସୂଚନା ଥାଉକି, ଆର୍ଥିକ ହେର୍‌ଫେର୍ ମାମଲାରେ ସତୈନ୍ଦ୍ର ଜେନ୍‌ଙ୍କୁ ୩୦ ମେ ୨୦୨୨ରେ ଗିରଫ କରାଯାଇଥିଲା। ଗତବର୍ଷ ଏପ୍ରିଲରେ ଜୈନ୍‌ ଓ ପରିବାର ସଦସ୍ୟଙ୍କ ଠାରୁ ୪.୮୧ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ କରିଥିଲା ଇଡି। ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କୌଣସି ଦୁର୍ନୀତି ଘଟଣାକୁ ଅସ୍ୱୀକାର କରିଛନ୍ତି। ଜୈନ୍‌ଙ୍କୁ ଫସାଯାଇଛି ବୋଲି କହି ଏପର୍ଯ୍ୟନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କରି ନାହାନ୍ତି କେଜରିୱାଲ୍।    

   Related Posts