ମସ୍କଙ୍କ ବଡ ନିଷ୍ପତ୍ତି, ଗୋଲ୍ଡେନ ଟିକ୍ ପାଇଁ ପ୍ରତି ମାସରେ ୮୨ ହଜାର ଟଙ୍କା ଆଦାୟ କରିବ Twitter
25/03/2023 at 4:50 PM

ନୂଆଦିଲ୍ଲୀ: ଏଲନ ମସ୍କ ଯେବେଠୁ ଟ୍ଵିଟର କିଣିଛନ୍ତି ଏହି ସାମାଜିକ ଗଣମାଧ୍ୟମ ସଂସ୍ଥା ଚର୍ଚ୍ଚାର ବିଷୟ ପାଲଟିଛି। କେତେବେଳେ କର୍ମଚାରୀଙ୍କ ଛଟେଇକୁ ନେଇ ତ ଆଉ କେତେବେଳେ ଟ୍ଵିଟରର ବିଭିନ୍ନ ସେବା ପାଇଁ ଦରବୃଦ୍ଧିକୁ ନେଇ। ଏବେ ରାଜସ୍ଵ ବୃଦ୍ଧି ଉଦ୍ଦେଶ୍ୟରେ ଏଲନ ମସ୍କ ଟ୍ଵିଟରରେ ଗୋଲ୍ଡେନ ଭେରିଫାଏଡ ଚେକ୍ ମାର୍କ ପାଇଁ ମାସିକ ଏକ ହଜାର ଡଲାର ଅର୍ଥାତ ୮୨ ହଜାର ଟଙ୍କା ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି। ଏଥିସହ ପ୍ରତ୍ୟେକ ଏଫିଲେଟେଡ୍ ଆକାଉଣ୍ଟ ଲାଗି ମାସିକ ଅତିରିକ୍ତ ୫୦ ଡଲାର(ପାଖାପାଖି ୪୧୦୦ ଟଙ୍କା) ଦେବାକୁ ପଡିବ।
ଟ୍ଵିଟର ନିଜର ନୂତନ ଭେରିଫାଏଡ ଅର୍ଗାନାଇଜେସନ ପ୍ରୋଗ୍ରାମ ଆରମ୍ଭ କରିଛି। ଏଥିରେ ଅର୍ଗାନାଇଜେସନ ଗୋଲ୍ଡ ଭେରିଫିକେସନ ଚେକମାର୍କ ପାଇଁ ମୂଲ୍ୟ ଦେବାକୁ ପଡିବ। ଏହା ପୂର୍ବରୁ ଜାନୁଆରୀରେ ଟ୍ଵିଟର ବିଜେନସ ଅର୍ଗାନାଇଜେସନ ପ୍ରୋଗ୍ରାମର ଭେରିଫିକେସନ ଘୋଷଣା କରିଥିଲା। ତଦନୁଯାୟୀ ଏବେ ଏହାର ପ୍ରକ୍ରିୟା ଆରମ୍ଭ କରିଛି ଟ୍ଵିଟର।ଏବେ ଅର୍ଗାନାଇଜେସନ ଗୋଲ୍ଡ ଭେରିଫିକେସନ ଚେକମାର୍କ ପାଇଁ ମାସିକ ଏକ ହଜାର ଡଲାର ଅର୍ଥାତ ୮୨ ହଜାର ଟଙ୍କା ଦେବାକୁ ପଡିବ। ସେହିପରି ପ୍ରତ୍ୟେକ ଏଫିଲେଟେଡ୍ ଆକାଉଣ୍ଟ ଲାଗି ମାସିକ ଅତିରିକ୍ତ ୫୦ ଡଲାର(ପାଖାପାଖି ୪୧୦୦ ଟଙ୍କା) ଦେବାକୁ ପଡିବ।
On April 1st, we will begin winding down our legacy verified program and removing legacy verified checkmarks. To keep your blue checkmark on Twitter, individuals can sign up for Twitter Blue here: https://t.co/gzpCcwOpLp
— Twitter Verified (@verified) March 23, 2023
Organizations can sign up for https://t.co/RlN5BbuGA3…
ସୂଚନାଯୋଗ୍ୟ, ଦୁନିଆର ନମ୍ବର ଓ୍ଵାନ ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାର ଦେଇ ଟ୍ଵିଟରକୁ କିଣିବାରେ ସକ୍ଷମ ହୋଇଥିଲେ। ମସ୍କ ଆରମ୍ଭରୁ ହିଁ ନିଷ୍ପତ୍ତି ନେଇ ସାରିଥିଲେ ଯେ, ଟ୍ଵିଟରରେ ଭେରିଫିକେସନ ପାଇଁ ଗ୍ରାହକଙ୍କୁ ଏବେ ଖର୍ଚ୍ଚ କରିବାକୁ ପଡିବ। ପେମେଣ୍ଟ ଭେରିଫିକେସନ ପ୍ରୋଗ୍ରାମ ଆଧାରରେ ଗ୍ରାହକ ଟ୍ଵିଟର ବ୍ଲୁଟିକ୍ ସବସ୍କ୍ରାଇବରରେ ଲମ୍ବା ଟ୍ଵିଟ୍ ଲେଖିବା, ନିଜର ଟ୍ଵିଟ୍ ଏଡିଟ୍ କରିବା, ୧୦୮୦ପି ରିଜ୍ୟୁଲୁସନରେ ଭିଡିଓ ଅପଲୋଡ୍ କରିବା, ଟ୍ଵିଟ୍କୁ ରିଡର ମୋଡରେ ଦେଖିବା ଏବଂ ଅନ୍ୟ ଲାଭର ଆନନ୍ଦର ଲାଭ ଉଠାଇ ପାରିବେ।