Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଲନ ମସ୍କଙ୍କ twitterକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଲେ କ’ଣ ?

5/11/2022 at 4:08 PM

ୱାସିଂଟନ ୫।୧୧: ଏଲନ ମସ୍କ ଟ୍ୱିଟରକୁ ସମ୍ପୂର୍ଣ୍ଣ କ୍ରୟ କରିନେଇଛନ୍ତି। ଏବେ ସଂସ୍ଥାରୁ କର୍ମଚାରୀଙ୍କ ଛଟେଇ ମଧ୍ୟ ଆରମ୍ଭ କରିଦେଲେଣି। ଏଥି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମସ୍କଙ୍କ ଟ୍ୱିଟର କ୍ରୟକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ରାଷ୍ଟ୍ରପତି ବାଇଡେନ ମସ୍କଙ୍କ ଟ୍ୱିଟର କ୍ରୟ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମେ ସବୁ ଏଥିପାଇଁ ଚିନ୍ତିତ ଯେ ଏଲନ ମସ୍କ ଏପରି ଏକ ସଙ୍ଗଠନ (ଟ୍ୱିଟର)କୁ କ୍ରୟ କରିଛନ୍ତି ଯାହା ବିଶ୍ୱରେ ମିଛ କହୁଛି। ଆମେରିକାରେ ଏବେ କେହି ଏଡିଟରବି ନାହାନ୍ତି। ଏଥିରେ ଆମେ କିପରି ଆଶା କରିପାରିବା ଯେ ଆମ ପିଲା କେମିତି ବୁଝିବେ କଣ ବାଜିରେ ଲାଗିଛି ବୋଲି ବାଇଡେନ କହିଛନ୍ତି।

ଇତିମଧ୍ୟରେ ମସ୍କ ଟ୍ୱିଟରରେ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଛନ୍ତି।  ଟ୍ୱିଟର ବୈଶ୍ୱିକ ସ୍ତରରେ କାର୍ଯ୍ୟବଳ ହ୍ରାସ ଯୋଜନାରେ ଭାରତରେ ୨୦୦ କର୍ମଚାରୀଙ୍କୁ ଛଟେଇ ହୋଇଛନ୍ତି। ଏହି ଛଟେଇ ପୂର୍ବରୁ ଭାରତରେ ଟ୍ୱିଟରରେ ୨୦୦ ରୁ ଅଧିକ କର୍ମଚାରୀ କାମ କରୁଥିଲେ। କର୍ମଚାରୀଙ୍କ ଛଟେଇ ନେଇ ଏଲନ ମସ୍କ ତାଙ୍କର ବକ୍ତବ୍ୟ ରଖିଛନ୍ତି।  ଏ ନେଇ ଶନିବାର ସେ ଏକ ଟ୍ୱିଟ୍ କରିଥିବା ବେଳେ ଏହା ଛଡା ଅନ୍ୟ କୌଣସି ବିକଲ୍ପ ନାଥିଲା ବୋଲି ଉଲ୍ଲେଖ କରିଛନ୍ତି। ଯେତେବେଳେ କମ୍ପାନୀ ଦୈନିକ ୪୦ ଲକ୍ଷ ଡଲାର କ୍ଷତି କରୁଛି ସେତେବେଳେ ଛଟେଇ ଛଡା ଅନ୍ୟ କୌଣସି ମାର୍ଗ ନାହିଁ ବୋଲି କହିଛନ୍ତି।

ତେବେ ଯେଉଁମାନଙ୍କୁ କମ୍ପାନୀ ଛାଡିବା ଲାଗି କୁହାଯାଇଛି ସେମାନଙ୍କୁ ୩ ମାସର ବେତନ ଦିଆଯାଇଛି, ଯାହାକି ଆଇନଗତ ବାଧ୍ୟତାମୂଳକଠାରୁ ୫୦ ପ୍ରତିଶତ ଅଧିକ ବୋଲି ସେ ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଛନ୍ତି। ଫଳରେ ବିଶ୍ୱରେ ସର୍ବାଧୁନିକ ଇଲେକ୍ଟ୍ରିକ କାର କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ହାତରେ ଏବେ ବିଶ୍ୱର ସବୁଠୁ ପ୍ରଭାବି ସୋସିଆଲ ମିଡିଆ ମଞ୍ଚ ଅର୍ଥାତ ଟ୍ୱିଟରର ଡୋରି ପଡିଛି।

   Related Posts