ସାବଧାନ ! ଟ୍ୱିଟରରେ ଅପମାନଜନକ ଟ୍ୱିଟ୍ କଲେ ସାଙ୍ଗେସାଙ୍ଗ ଆସିବ ଆଲର୍ଟ : ନୂଆ ଫିଚର୍ ସାମିଲ୍ କରୁଛି ସୋସିଆଲ୍ ଆପ୍

Published By : Prameya-News7 Bureau | May 07, 2020 IST

ନୂଆଦିଲ୍ଲୀ ୦୭/୦୫ : ଆଜିକା ଦୁନିଆରେ ସୋସିଆଲ ମିଡ଼ିଆ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ | ସୋସିଆଲ ମିଡ଼ିଆ ଜରିଆରେ କାହାକୁ ଅପମାନିତ କରିବା, କାହା ବିରୋଧରେ ଆପତ୍ତିଜଣଙ୍କ ମନ୍ତବ୍ୟ ଦେବା, କାହାକୁ ଗାଳିଗୁଲଜ କରିବା କିମ୍ବା କାହାର ପ୍ରଶଂସା କରିବା ବହୁତ ସହଜ | ଏହି କାରଣରୁ ସମାଜରେ ଅନେକ ସମସ୍ୟା ସୃଷ୍ଟି ହେଉଛି | ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଓ ସୋସିଆଲ ମିଡ଼ିଆ କମ୍ପାନୀ ଲଗାତାର ଉଦ୍ୟମ କରୁଛନ୍ତି | ଏଭଳି ସ୍ଥିତିରେ ମାଇକ୍ରୋବ୍ଲଗିଙ୍ଗ ସାଇଟ ଟ୍ୱିଟରର ଏକ ନୂଆ ଫିଚରକୁ ନେଇ ପରୀକ୍ଷା କରୁଛନ୍ତି | ଏହି ଫିଚର ଟ୍ୱିଟରରେ ଅପମାନଜନକ କିମ୍ବା ଆପତ୍ତିଜନକ ଟ୍ୱିଟ ପୋଷ୍ଟ କଲେ ୟୁଜରଙ୍କୁ ଆଲର୍ଟ କରିବ | 

ଏହି ଅପକମିଙ୍ଗ ଫିଚରକୁ ନେଇ ଟ୍ୱିଟର ମତ ପ୍ରକାଶ କରିଛି ଯେ, ସେ ଚାହୁଁଛନ୍ତି ୟୁଜର ଟ୍ୱିଟ କରିବା, ରିପ୍ଲାଏ କରିବା କିମ୍ବା ମେସେଜ କରିବା ପୂର୍ବରୁ ଦୁଇଥର ଭାବନ୍ତୁ | ଟ୍ୱିଟର ଜରିଆରେ ଯଦି କାହାକୁ ଅପମାନଜନକ ମେସେଜ ଦେଉଛନ୍ତି ତାହେଲେ ବୁଝି ବିଚାରି କରନ୍ତୁ | କାରଣ ଏଥିପାଇଁ ଅନେକ ବିବାଦ ଉପୁଜୁଛି | ୟୁଜରଙ୍କୁ ଆଲର୍ଟ କରିବା ପାଇଁ ଏହି ନୂଆ ଫିଚରକୁ ସର୍ବପ୍ରଥମେ iOS ପ୍ଲାଟଫର୍ମକୁ ଅଣାଯିବ ବୋଲି ସେ କହିଛନ୍ତି | ଆପତ୍ତିଜନକ ଟ୍ୱିଟ ଏବଂ ରିପ୍ଲାଏ କରିବା ଦ୍ୱାରା ୟୁଜର୍ସଙ୍କ ପାଖକୁ ଏକ ଆଲର୍ଟ ମେସେଜ ଯିବ | ସେହି ଟ୍ୱିଟ ଏବଂ ରିପ୍ଲାଏକୁ ନେଇ ପୁଣିଥରେ ଚିନ୍ତା କରିବାକୁ ଆଲର୍ଟ ମାଧ୍ୟମରେ କୁହାଯିବ |

 ଆପତ୍ତିଜନକ ଟ୍ୱିଟ ଯୋଗୁଁ ଟ୍ୱିଟରରେ ଅନେକ ବିବାଦ ମୁଣ୍ଡ ଟେକୁଛି | ପ୍ରତିଦିନ ଟ୍ୱିଟରରେ କାହାକୁ ନା କାହାକୁ ଗାଳିଗୁଲଜ କରି ଟ୍ରଲ କରାଯାଉଛି | ନିକଟରେ କମ୍ପାନୀ ଏହିଭଳି ବିବାଦପୂର୍ଣ ଟ୍ୱିଟ ପାଇଁ ପାଖାପାଖି ୫ ଲକ୍ଷ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ନୂଆ ଫିଚର ଟେଷ୍ଟିଙ୍ଗ ଆସନ୍ତା ଗୋଟିଏ ସପ୍ତାହ ପାଇଁ କରାଯିବ | ଯଦି ଏହି ନୂଆ ଫିଚର ସଫଳ ହୁଏ ତାହେଲେ ଏହାକୁ ସମସ୍ତ ୟୁଜର୍ସଙ୍କ ପାଇଁ ଜାରି କରାଯିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.