Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ଭଳି ଟ୍ୱିଟର ବି ଦେବ ଏଡିଟ୍ ସୁବିଧା: ମାଗଣା ନୁହେଁ, ଦେବାକୁ ପଡ଼ିବ ମୂଲ୍ୟ

1/09/2022 at 7:20 PM

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ଇନ୍‌ଷ୍ଟଗ୍ରାମ ଭଳି ଟ୍ୱିଟର କିନ୍ତୁ ଏଡିଟ୍  ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍‌ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରିବାକୁ ପଡ଼େ। ଏଥିପାଇଁ ଅନେକ ସମୟରେ ଟ୍ୱିଟରରେ ଏଡିଟ୍ ବଟନ ଆଣିବାକୁ ଦାବି ହୋଇ ଆସୁଛି। ୟୁଜରଙ୍କ ଦାବିକୁ ଦେଖି ଟ୍ୱିଟର ଏବେ ଏଡିଟ୍ ପିକଳ୍ପ ଆଣିବାକୁ ଯାଉଛି। ହେଲେ ଏହା କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କ ପାଇଁ ହେବ ଓ ଏଥିପାଇଁ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଉଛି।

ଏଡିଟ୍ ବଟନ ନେଇ ପରୀକ୍ଷଣ କରାଯାଉଥିବା ଟ୍ୱିଟର ସୂଚନା ଦେଇଛି। ଏନେଇ କମ୍ପାନୀ କହିଛି ଯେ ଏଡିଟେଡ୍ ବଟନ ପରୀକ୍ଷଣ କରୁଥିବାରୁ ଆପଣ ହୁଏତ ଏଡିଟେଡ୍ ଟ୍ୱିଟ୍(ସମ୍ପାଦିତ ଟ୍ୱିଟ୍) ଦେଖିପାରନ୍ତି। ତେବେ ଏହି ଏଡିଟ୍ ବଟନ କେବଳ ସେମାନଙ୍କ ପାଇଁ ରହିବ ଯେଉଁମାନେ ଏଥିପାଇଁ ମୂଲ୍ୟ ଦେବାକୁ ରାଜି ହେବେ। ଏହାର ଅର୍ଥ ହେଲା ଟ୍ୱିଟରରେ ଏଡିଟ୍ ଅପସନ ଅନ୍ୟ ସୋସିଆଲ୍ ମିଡିଆ ଭଳି ମାଗଣ ହେବ ନାହିଁ। ଏଥିପାଇଁ ପଇଶା ଦେବାକୁ ପଡିବ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ୱିଟର ବ୍ଲୁ ସବ୍ସସ୍କ୍ରାଇବରଙ୍କ ପାଇଁ ଏହି ସୁବିଧା ମିଳିବ। ଏନେଇ କମ୍ପାନୀ କହିଛି “ ଟ୍ୱିଟ୍‌କୁ ଏଡିଟ୍ କରିବା ପାଇଁ ପରୀକ୍ଷଣ ଚାଲିଛି। ଏହାପରେ ଆସନ୍ତା ସପ୍ତାହରେ କେବଳ ଟ୍ୱିଟର ବ୍ଲୁ ସବ୍ସସ୍କ୍ରାଇବରଙ୍କ ପାଇଁ ଦିଆଯିବ।” ତେବେ ଟ୍ୱିଟ୍ ଏଡିଟ୍ ହେଲେ ସମସ୍ତେ ଦେଖିପାରିବେ ବୋଲି କମ୍ପାନୀ କହିଛି।

   Related Posts