AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଏଲନ ମସ୍କଙ୍କ ପ୍ରସ୍ତାବ ସପକ୍ଷରେ ପଡିଲା ଭୋଟ, ୪୪ ବିଲିୟନ ଡାଲରରେ ଅଧିଗ୍ରହଣ ପାଇଁ ଟ୍ୱିଟର ସେୟାରଧାରକଙ୍କ ସହମତି

14/09/2022 at 4:39 PM

ନୂଆଦିଲ୍ଲୀ: ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଏହି ଲଢେଇ କୋର୍ଟକୁ ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ଏହି ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମନାକୁ ଆସିଛି । ଟ୍ୱିଟର ସେୟାର ହୋଲ୍ଡର୍ସ ମଙ୍ଗଳବାର ଏଲନ ମସ୍କଙ୍କ ୪୪ ବିଲିୟନ ଡଲାର ପ୍ରସ୍ତାବରେ ରାଜି ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ଦୀର୍ଘ ଦିନର ଆଲୋଚନା ପରେ ଟ୍ୱିଟର ସେୟାର ଧାରକମାନେ ଟେସଲା ସିଇଓଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଏପ୍ରିଲରେ ପ୍ରତି ସେୟାର ପିଛା ୫୪.୨୦ ଡଲାର ପ୍ରସ୍ତାବ ଦେଇଥିଲେ ଏଲନ ମସ୍କ । ଟ୍ୱିଟର ଅନୁସାରେ, ଡିଲ୍ ପକ୍ଷରେ ୯୮.୬ ପ୍ରତଶିତରୁ ଅଧିକ ଭୋଟ ପଡିଥିଲା।

କମ୍ପାନିର ନିବେଶକ ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି, କିନ୍ତୁ ଏଲନ ମସ୍କ ଏହି ଡିଲ୍‌କୁ ନେଇ ଆଗକୁ ବଢିବାକୁ ଚାହୁଁ ନଥିବା ଦାବି କରାଯାଉଛି। ମସ୍କଙ୍କ ଦାବି ପୂରଣ ନ ହେବା ଯାଏ ଟ୍ୱିଟରକୁ କିଣିବା ପ୍ରସ୍ତାବ ଉପରେ ଆଗକୁ ବଢିବେନି ବୋଲି ଜଣା ପଡିଛି । ଟ୍ୱିରରକୁ କିଣିବା ପୂର୍ବରୁ ଏଥିରେ ଥିବା ଫେକ୍ ଆକାଉଣ୍ଟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ମସ୍କ ଦାବି କରୁଛନ୍ତି ।

ଟ୍ୱିଟରେ ପ୍ରାୟ ୨୦ ପ୍ରତିଶତ ଫେକ୍ ଆକାଉଣ୍ଟ ଥିବା ଟେସଲା ସିଇଓ ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଦାବି କରୁଛନ୍ତି । ଅନ୍ୟପଟେ ଏହି ସଂଖ୍ୟା ୫ ପ୍ରତିଶତ ଥିବ ବୋଲି କମ୍ପାନି କହୁଛି । ଯାହାକୁ ନେଇ ବିବାଦ ବଢିଥିଲା ଏବଂ ଜୁଲାଇରେ ଏହି ଡିଲ୍‌ରୁ ଓହରିବା ନେଇ ମସ୍କ ଘୋଷଣା କରିଥିଲେ। ପରେ ଟ୍ୱିଟର ଆଇନର ସାହାରା ନେଇ ଡିଲକୁ ପୂରା କରିବା ପାଇଁ ଏନଲ ମସ୍କଙ୍କୁ କହିଥିଲା।  

   Related Posts